ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ କୋରୋନା ଆତଙ୍କ ଖେଳାଇଛି । ସାଧାରଣ ଲୋକଙ୍କଠାରୁ ନେଇ ଅଭିନେତା ଓ ରାଜନେତା ସମସ୍ତେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ବଲିଉଡରେ କୋରୋନା ଦ୍ରୁତ ଗତିରେ ମାଡିଲାଣି । ଏବେ ଅଭିନେତ୍ରୀ କାଜଲ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ପୋଷ୍ଟ କରିଥିବା ୪୭ ବର୍ଷୀୟା କାଜଲ ତାଙ୍କ ଝିଅର ଫଟୋ ସେୟାର କରି ପୋଷ୍ଟରେ ଲେଖିଛନ୍ତି, କୋରୋନା ପରୀକ୍ଷା ପଜିଟିଭ୍ ଆସିଛି ଏବଂ ମୁଁ ମୋର ନାଲି ନାକ ଦେଖାଇବାକୁ ଚାହୁଁ ନାହିଁ, ମୁଁ ମୋ ଝିଅ ନ୍ୟାସା ବହୁତ ମନେ ପକାଉଛି । ଏହା ବ୍ୟତୀତ ସେ ଆହୁରି ଲେଖିଛନ୍ତି ଖୁବ୍ ଶୀଘ୍ର ସୁସ୍ଥ ହେବି । ଅନ୍ୟପଟେ କାଜଲଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି । ଏହା ସହ ଆଉ ଜଣେ ଲେଖିଛନ୍ତି କି, ‘ନିରାପଦରେ ରୁହ ଏବଂ ଶୀଘ୍ର ସୁସ୍ଥ ହୁଅ ବୋଲି ଜଣେ ଫ୍ୟାନ୍ସ ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ