ମୁମ୍ବାଇ: ବଙ୍ଗୀୟ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ଯୀଶୁ ସେନଗୁପ୍ତା ବଲିଉଡର ଆଉ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏଥର ସେ ଫେମସ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଆଗାମୀ ଫଲ୍ମ ‘ଶକୁନ୍ତଳା ଦେବୀ ହ୍ୟୁମାନ କମ୍ପ୍ୟୁଟର’ରେ ଅଭିନୟ କରିବେ। ଏହି ଫିଲ୍ମରେ ସେ ବିଦ୍ୟାଙ୍କ ସ୍ବାମୀ ପରିତୋଷ ବାନାର୍ଜୀଙ୍କ ଅବତାରେ ଦେଖାଯିବେ। ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ।
ଏହି ଅବସରରେ ସେ କହିଛନ୍ତି ଯେ ଆମେ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛୁ । ଏହାସହ ସେ ଅନେକ ସୁନ୍ଦର ଦୃଶ୍ୟର ସୁଟିଂ ଶେଷ କରିସାରିଛନ୍ତି । ‘ଶକୁନ୍ତଳା ଦେବୀ ହ୍ୟୁମାନ କମ୍ପ୍ୟୁଟରେ ବିଦ୍ୟା ଓ ଯୀଶୁ ଦ୍ବିତୀୟଥର ଏକାଠି ଅଭିନୟ କରୁଛନ୍ତି। ଏହାପୂର୍ବରୁ ସେ ଆଉ ଏକ ଫିଲ୍ମରେ ଏକାଠି ଅଭିନୟ କରିଥିଲେ।
ବିଦ୍ୟାଙ୍କ ସହ କାମ କରିବା ସବୁବେଳେ ମଜାଦାର ସାବ୍ୟସ୍ତ ହୋଇଥାଏ । ସେଟରେ ଯେତେବେଳେ ସେ ପାଖରେ ରୁହନ୍ତି, ତେବେ କୌଣସି ଅସୁବିଧା ହୋଇନଥାଏ । ଆଉ କ୍ଲାନ୍ତ ମଧ୍ୟ ଲାଗିନଥାଏ । ସେ ସବୁବେଳେ ହସଖୁସିରେ ଏବଂ ମଜାକ ଅନ୍ଦାଜରେ କାମ କରନ୍ତି। ଅନୁ ମେନନଙ୍କ ସହ କାମ କରିବା ମଧ୍ୟ ଶାନଦାର ଅନୁଭୂତି। ସେ ଜଣେ ଶାନଦାର ବ୍ୟକ୍ତି। ତାଙ୍କୁ ଜଣା ଥାଏ କି ଫିଲ୍ମରେ କଣ ଦରକାର ବୋଲି କହିଛନ୍ତି ଯୀଶୁ।
ପ୍ରକାଶ ଥାଉକି ଶକୁନ୍ତଳା ଦେବୀଙ୍କୁ ମାନବ କମ୍ପ୍ୟୁଟର କୁହାଯାଉଥିଲା । ତାଙ୍କ ଜୀବନ ଉପରେ ଆଧାରିତ ବିଦ୍ୟାଙ୍କ ଏହି ଫିଲ୍ମ । ଯାହାର ସୁଟିଂ ବର୍ତ୍ତମାନ ମୁମ୍ବାଇରେ ଚାଲିଛି।