ମୁମ୍ବାଇ: ବଲିଉଡର ଫେମସ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ବର୍ତ୍ତମାନ ଶୋକରେ । କାରଣ ଗତ 18 ତାରିଖରେ ତାଙ୍କ ପିତା ସୁରଜ ମଲହୋତ୍ରାଙ୍କ ଦେହାନ୍ତ ହୋଇଥିଲା । ଏହି ଖବର ଶୁଣିବା ମାତ୍ରେ ବଲିଉଡରେ ଖେଳିଯାଇଥିଲା ଦୁଃଖର ଛାୟା । ଧିରେଧିରେ କରି ସେଲିବ୍ରିଟି ତାଙ୍କ ଘରକୁ ଯାଉଥିବାର ନଜର ଆସିଥିଲେ । 90 ବର୍ଷିୟ ସୁରଜଙ୍କ ମୃତ୍ୟୁରେ ଦୁଃଖ ନଜର ଆସୁଥିଲା ପୁରା ବଲିଉଡ ।
ପିତାଙ୍କ ମୃତ୍ୟୁରେ ମନୀଷ ଘରେ ଶୋକ ପ୍ରାର୍ଥନା ରଖିଥିଲେ । ଯେଉଁଥିରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଏହି କ୍ରମରେ ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ ଝିଅ ଶ୍ବେତା ବଚ୍ଚନ ନନ୍ଦାଙ୍କ ସହ ମନୀଷଙ୍କ ଘରେ ନଜର ଆସିଥିଲେ । ଇତିମଧ୍ୟରେ ଜୟା ମିଡିଆଙ୍କୁ କିଛି ଏମିତି କହିଦେଇଥିଲେ ଯେ ଯାହାର ଚର୍ଚ୍ଚା ବର୍ତ୍ତମାନ ଚାଲିଛି ।
ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ରାଗି ମିଡିଆକୁ ଏହା କହୁଥିବାର ନଜର ଆସୁଛନ୍ତି ଯେ ଏପରି ପରିସ୍ଥିତି ଆପଣଙ୍କ ଘରେ ହୋଇଥିଲେ କେମିତି ଲାଗିବ । ଆପଣ ଶୋକଭରା ପରିସ୍ଥିତିକୁ ମଧ୍ୟ ବୁଝିପାରୁନାହାଁନ୍ତି ।
ପ୍ରକାଶ ଥାଉକି ମନୀଷଙ୍କ ପିତା ଶୋକ ପ୍ରାର୍ଥନାରେ ରୀନା କପୁର, କରିସ୍ମା କପୁର, ଶିଳ୍ପା ସେଟ୍ଟୀ, ଫରାହ ଖାନ, ଗୌରୀ ଖାନ, ମଲାଇକା ଅରୋରା, ଅମୃତା ଅରୋରା, ଅଥିୟା ସେଟ୍ଟୀ, ଡାୟନା ପେଣ୍ଟୀ ସହିତ ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜୀଳ ଦେବାକୁ ପହଞ୍ଚିଥିଲେ ।