ETV Bharat / sitara

ଧର୍ମ ନିରପେକ୍ଷତା ପାଇଁ ଜାଭେଦ ଅଖତରଙ୍କୁ ରିଡାର୍ଡ ଡକ୍ସିନ ପୁରସ୍କାର

ପ୍ରଖ୍ୟାତ ଲେଖକ ତଥା ଗୀତୀକାର ଜାଭେଦ ଅଖତରଙ୍କୁ ମିଳିଲା 2020ର ପ୍ରତିଷ୍ଠିତ ରିଡାର୍ଡ ଡକ୍ସିନ ପୁରସ୍କାର ।

author img

By

Published : Jun 8, 2020, 3:45 PM IST

ଧର୍ମ ନିରପେକ୍ଷତା ପାଇଁ ଜାବେଦ ଅଖତରଙ୍କୁ  ରିଡାର୍ଡ ଡକ୍ସିନ ପୁରସ୍କାର

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖକ ତଥା ଗୀତୀକାର ଜାଭେଦ ଅଖତରଙ୍କୁ ମିଳିଲା 2020ର ପ୍ରତିଷ୍ଠିତ ରିଡାର୍ଡ ଡକ୍ସିନ ପୁରସ୍କାର । ଧର୍ମନିରପେକ୍ଷତା ତଥା ତାର୍କିକ ବିଚାର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ତେବେ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ହେଉଛନ୍ତି ଜାଭେଦ୍ ।

ବିଜ୍ଞାନ, ଅନୁସନ୍ଧାନ, ଶିକ୍ଷା କିମ୍ବା ମନୋରଞ୍ଜନ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଯିଏ ସର୍ବସାଧାରଣରେ ଯୁକ୍ତିଯୁକ୍ତ ହୋଇ ଧର୍ମନିରପେକ୍ଷତାକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି ବିଶେଷ କରି ସେମାନଙ୍କୁ ଏହି ପୁରସ୍କାର ମିଳିଥାଏ ।

ବିଶ୍ବ ପ୍ରସିଦ୍ଧ ଇଂରାଜୀ ବିକାଶମୂଳକ ଜୀବ ବିଜ୍ଞାନୀ ରିଚାର୍ଡ ଡକ୍କିନ୍ସଙ୍କ ନାମରେ ଏହି ପୁରସ୍କାର ଦିଆଯାଇଛି | ବଲିଉଡ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ଡିଆ ମିର୍ଜା ଟୁଇଟ୍ କରି ପୁରସ୍କାର ପାଇଁ ଜାଭେଦ ଅଖତରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.