ମୁମ୍ବାଇ: ବଲିଉଡ ଫିଲ୍ମର ଡାଏଲଗ ଓ ସିନ ଅଧିକାଂଶ ସମୟରେ ବିଭିନ୍ନ ସଚେତନତା କାର୍ଯ୍ୟରେ ବ୍ୟବହାର ହୋଇଥାଏ । ମୁମ୍ବାଇ ପୋଲିସ ପକ୍ଷରୁ ଅନେକ ସମୟରେ ଏହାର ବ୍ୟବହାର କରାଯାଇଥାଏ । ତେବେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହିନ୍ଦୀ ଫିଲ୍ମର ଯାଦୁ ଦେଖିବାକୁ ମିଳିଛି । ନିକଟରେ ଇସ୍ରାଏଲ ସରକାର କୋରୋନା ସଚେତନତା ପାଇଁ ବଲିଉଡ ଫିଲ୍ମ ଏବିସିଡି 2ର ଡାଏଲଗ ବ୍ୟବହାର କରିଛନ୍ତି ।
ଦେଶର ଅଫିସିଆଲ ହ୍ୟାଣ୍ଡେଲରେ ଏକ ଟ୍ବିଟରେ ଲେଖାଯାଇଛି ‘ସଠିକ ଦିଗରେ ନିଆଯାଇଥିବା ସମସ୍ତ ପଦକ୍ଷେପ ଲକ୍ଷ୍ୟ ହାସଲ ଭଳି ହୋଇଥାଏ । ଜୀବନର ଅର୍ଥ ହିଁ ପରବର୍ତ୍ତୀ ପଦକ୍ଷେପ ବାଛିବା ।’ ଏବିସିଡି 2ର ଏହି ଡାଏଲଗ ଶ୍ରଦ୍ଧା ଓ ବରୁନଙ୍କ ଭିତରେ ହୋଇଥିଲା । ତେବେ ଇସ୍ରାଏଲ ପକ୍ଷରୁ ଏହାର ବ୍ୟବହାର କରାଯିବା ପଛର ଉଦ୍ଦେଶ୍ୟ ନିକଟରେ କୋରୋନା ମୁକାବିଲା ପାଇଁ ଆଣ୍ଟିଡୋଟର ସନ୍ଧାନ ମିଳିଛି । ଯାହାକୁ ଲକ୍ଷ୍ୟ ରଖି ଏହି ଡାଏଲଗ ଟ୍ବିଟ କରିଛନ୍ତି ଇସ୍ରାଏଲ ସରକାର ।
ତେବେ ଏହା ଟ୍ବିଟ ହେବାର କିଛି ସମୟ ପରେ ଆକ୍ଟର ବରୁନ ଧୱନ ନିଜ ଆକାଉଣ୍ଟରେ ଏହାକୁ ରିଟ୍ବିଟ କରି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ ଡାଏଲଗଟି ଭ୍ରମଣ କରି ଶେଷରେ ବିଦେଶରେ ମଧ୍ୟ ପହଞ୍ଚିଯାଇଛି । ସେଠାରେ ପ୍ରେମ ଓ ପଜିଟିଭିଟି ବାଣ୍ଟୁଥିବାର ଦେଖି ଖୁସି ଲାଗିଲା । ପ୍ରକାଶ ଥାଉ କି ଇସ୍ରାଏଲ ସହ ବଲିଉଡର ଉତ୍ତମ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ନେତ୍ୟାନାହୁଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସହ ବଲିଉଡ କଳାକାରଙ୍କ ଏକ ମିଟିଂ ହୋଇଥିଲା । ଇସ୍ରାଏଲରେ ବଲିଉଡ ଫିଲ୍ମ ସୁଟିଂ ପାଇଁ ସେ ନିମନ୍ତ୍ରଣ ଜଣାଇଥିଲେ ।
ନିକଟରେ ବରୁନ ଏବସିଡି 3ରେ ଶ୍ରଦ୍ଧାଙ୍କ ସହ ନଜର ଆସିଥିଲେ । ଏହାସହ ତାଙ୍କର କୁଲି ନମ୍ବର ୱାନ ଫିଲ୍ମ ରିମେକର ସୁଟିଂ ମଧ୍ୟ ଜାରି ରହିଛି । ଲକଡାଉନ ଯୋଗୁଁ ଏବେ ସେ ଘରେ ଥିବାବେଳେ ନିଜର ସମସ୍ତ ଡେଲି ଅପଡେଟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଉଛନ୍ତି ।