ନୂଆଦିଲ୍ଲୀ: ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜ ପିଲାମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି ।
ଗୁରୁବାର ଭାରତୀୟ ବାୟୁସେନା ଦିବସ ଅବସରରେ ଆୟେଶା ତାଙ୍କ ପିତା ରଞ୍ଜନ ଦତ୍ତଙ୍କ ଫଟୋ ସେୟାର କରି ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ପୋଷ୍ଟରରେ କ୍ୟାପସନ୍ ରେ ଆୟେଶା ଲେଖିଛନ୍ତି, ''ମୋ ବାପା ଏୟାର ଭାଇସ-ମାର୍ଶଲ ରଞ୍ଜନ ଦତ୍ତ ଏସ୍ ଫାଇଟର ପାଇଲଟ୍ ର ହିରୋ । ଆଜି ବାୟୁସେନା ଦିବସରେ ମୁଁ ତାଙ୍କୁ ବହୁତ ମିସ କରୁଛି । ଏଥିସହିତ ମୁଁ ଆମର ସୈନ୍ୟମାନଙ୍କୁ ମଧ୍ୟ ନମସ୍କାର କରୁଛି । ଜୟ ହିନ୍ଦ୍ @ ଇଣ୍ଡିଆନଫୋର୍ସ '' ।
ସେ ଏହି ପୋଷ୍ଟ ସେୟାର କରିବା ମାତ୍ରେ ଜ୍ୟାକି କମେଣ୍ଟ ଦେଇ ଲେଖିଛନ୍ତି, "ଜୟ ହିନ୍ଦ" । ନିକଟରେ ଆୟେଶା ସୋସିଆଲ ମିଡିଆରେ 'ଓ୍ବାର' ଅଭିନେତାଙ୍କ ଏକ ଫଟୋ ସେୟାର କରିଥିଲେ । ଯାହା କି ବହୁତ ଭାଇରାଲ ହୋଇଥିଲା ।
ଟାଇଗରଙ୍କୁ 'ବାଗୀ- 3'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଆଗାମୀ ସମୟରେ ଟାଇଗର ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ 'ହିରୋପନ୍ତି- ୨'ରେ ନଜର ଆସିବେ ।