ହାଇଦ୍ରାବାଦ: ଆଇସିସି ବିଶ୍ବକପ 2019 ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଛି । ମାତ୍ର ବର୍ଷା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇପାରୁନି । ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିବା ପାଇଁ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ ପ୍ରାୟ 15,000 ଭାରତୀୟ । କିନ୍ତୁ ବର୍ଷା କାରଣରୁ ମ୍ୟାଚକୁ ବାତିଲ କରାଯାଇଥିଲା ।
ତେବେ ଏହାକୁ ନେଇ ଭାରତୀୟ ଖେଳପ୍ରେମୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ସମସ୍ତେ ଟ୍ରୋଲ କରିବାରେ ବ୍ୟସ୍ତ । ତେବେ ପଛରେ ନାହାଁନ୍ତି ବଲିଉଡ ସେଲିବ୍ରିଟି । ନିକଟରେ ନ୍ୟୁୟର୍କରେ ଥିବା ଋଷି କପୁର ବିଶ୍ବକପ ପାଇଁ ଏକ ନୂଆ ଟ୍ରଫି ସଜେସନ ଦେଇଛନ୍ତି । ଓଲଟା ଛତାର ଆକାରରେ ତିଆରି ହୋଇଛି ଟ୍ରଫି । ଏହାର କ୍ୟାପସନରେ ଋଷି ଲେଖିଛନ୍ତି ଆଇସିସି ବିଶ୍ବକପ ପାଇଁ ନୂଆ ଟ୍ରଫି ।
ଅନ୍ୟପକ୍ଷେ ବଲିଉଡ ବିଗ-ବି ଅମିତାଭ ବଚ୍ଚନ ମଧ୍ୟ ଟ୍ରୋଲ କରିଛନ୍ତି । ସେ ଲେଖିଥିଲେ,‘ବିଶ୍ବକପକୁ ଭାରତରେ କରାଯାଉ କାରଣ ଆମକୁ ବର୍ଷାର ଆବଶ୍ୟକତା ଅଛି ।' ଏହାସହ ସୋସିଆଲ ମିଡିଆରେ ଅନେକ ମିମି ମଧ୍ୟ ପୋଷ୍ଟ କରାଯାଉଛି ।