ETV Bharat / sitara

ନୀଳ ଜର୍ସୀ ପାଇଁ ଚିନ୍ତାରେ ହ୍ୟୁମା

author img

By

Published : Jul 1, 2019, 8:46 PM IST

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ନୀଳ ଜର୍ସୀକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ଅଭିନେତ୍ରୀ ହ୍ୟୁମା କ୍ୟୁରେସି । ସିଧାସଳଖ ନହେଲେ ମଧ୍ୟ ବୁଲେଇ ବଙ୍କେଇ ଦଳର ନୂଆ ଜର୍ସୀକୁ ଦୋଷ ଦେଇଛନ୍ତି ହ୍ୟୁମା । ମାତ୍ର ହୋଇଛନ୍ତି ଟ୍ରୋଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଇସିସି ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳି ଭାରତକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ବିଶ୍ବକପର ଆରମ୍ଭରୁ ପରାଜୟର ସାମ୍ନା କରିନଥିବା ଭାରତୀୟ ଦଳ ପରାସ୍ତ ହେବା ପରେ ସୋସିଆଲ ମିଡିଆର ପ୍ରାୟ ୟୁଜର୍ସ ଭାରତୀୟ ଦଳର ନୂଆ ଜର୍ସୀକୁ ଦେଇଛନ୍ତି ଦୋଷ ।

huma qureshi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
india cricket team
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଅଭିନେତ୍ରୀ ହ୍ୟୁମା କ୍ୟୁରେସି ସିଧାସଳଖ ନକହିଥିଲେ ମଧ୍ୟ ବୁଲେଇ ବଙ୍କେଇ ଜର୍ସୀକୁ ହିଁ ଦେଇଛନ୍ତି ଦୋଷ । ନୁଆ ଜର୍ସୀ ବଦଳରେ ଆମକୁ ପୁଣି ପୁରୁଣା ନୀଳ ଜର୍ସୀ ମିଳିପାରିବ କି ପ୍ରଶ୍ନ କରିଛନ୍ତି ହ୍ୟୁମା । ତେବେ କେତେକ ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟ କେତେ ହ୍ୟୁମାଙ୍କୁ କରିଛନ୍ତି ଟ୍ରୋଲ ।

blue jersey
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କେତେକ ୟୁଜର୍ସ ରଙ୍ଗର କିଛି ଦୋଷ ନାହିଁ ବୋଲି କହିବା ସହ ହ୍ୟୁମାଙ୍କୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ କହିଛନ୍ତି । ପ୍ରକାଶ ଥାଉକି, ମ୍ୟାଚର ଆରମ୍ଭ ପୂର୍ବରୁ ହିଁ ନୁଆ ଜର୍ସୀକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ଏପରିକି କିଛି ରାଜନେତା ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ମଧ୍ୟ ନାରଙ୍ଗା ଜର୍ସୀକୁ ଦୋଷ ଦେଇଛନ୍ତି ।

ତେବେ ଭାରତ-ଇଂଲଣ୍ଡ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 337 ରନର ଟାର୍ଗେଟ ରଖିଥିଲା । ମାତ୍ର ଭାରତ 50 ଓଭର ଶେଷରେ ମାତ୍ର 306 ରନ ହିଁ କରିପାରିଥିଲା । ପ୍ରାୟ 31 ରନରେ ଇଂଲଣ୍ଡ ବିଜୟୀ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.