ମୁମ୍ବାଇ: ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନ୍ । ନିଜ ଦମଦାର ଆକ୍ଟିଙ୍ଗ୍ ସହ ଧୁଆଁଧାର ଡ୍ୟାନ୍ସ ପାଇଁ ସେ ଖୁବ୍ ପପୁଲାର । ତେବେ ହ୍ରିତିକଙ୍କ ଡ୍ୟାନ୍ସ ପ୍ରତି ଦୁର୍ବଳତା ଫିଲ୍ମରେ ଏଣ୍ଟ୍ରୀ କରିବା ପୂର୍ବରୁ ହିଁ ରହିଛି । ତେବେ ଏକଥା ଆମେ ନୁହେଁ ଏହା କହୁଛି ହ୍ରିତିକଙ୍କ ଏହି ଭାଇରାଲ ଭିଡିଓ ...
ନିକଟରେ ହ୍ରିତିକ ନିଜ ଫ୍ୟାନ୍ ପେଜ୍ରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓଟି ହ୍ରିତିକଙ୍କ ପିଲାଦିନର । ତେବେ ଭିଡିଓକୁ ଦେଖି ଏହା ଜାଣିବା ଅସମ୍ଭବ ଏହା କେଉଁଠି ସୁଟ୍ ହୋଇଛି ।
ମାତ୍ର ଏଥିରେ ଦେଖିବାକୁ ମିଳୁଛି ହ୍ରିତିକଙ୍କ ଦମଦାର ଡ୍ୟାନ୍ସ ଷ୍ଟାଇଲ୍ । ଯେଉଁଥିରେ ସେ ଅମିତାଭ୍ ବଚ୍ଚନଙ୍କ ପପୁଲାର ସଙ୍ଗ୍ ଆପନି ତୋ ଜୈସି ତୈସି ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ।
ଏହାକୁ ହ୍ରିତିକ ନିଜ ଫ୍ୟାନ ପେଜରେ ସେୟାର କରିଛନ୍ତି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।