ETV Bharat / sitara

ଫେକ୍ ନ୍ୟୁଜକୁ ନେଇ କ୍ରୋଧିତ ବରୁଣ, ଦେଲେ ଏମିତି ଜବାବ

author img

By

Published : Oct 23, 2020, 2:57 PM IST

ପିତାଙ୍କ ନାମରେ ମିଥ୍ୟା ଖବର ଶୁଣି ଚିନ୍ତିତ ବରୁଣ । ଟ୍ବିଟ କରି ସମସ୍ତଙ୍କୁ ଶୁଣାଇଲେ କଡା କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ନିଜ ଅପକମିଂ ଫିଲ୍ମ ‘କୁଲି ନଂ 1’କୁ ନେଇ ଦୀର୍ଘ ସମୟ ଚର୍ଚ୍ଚାରେ । ଫିଲ୍ମରେ ପ୍ରଥମଥର ତାଙ୍କ ସହ ନଜର ଆସିବେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଫିଲ୍ମ ବ୍ୟତୀତ ନିକଟରେ ବରୁଣ ନିଜ ଉପରେ ପ୍ରକାଶିତ ଏକ ନ୍ୟୁଜକୁ ମିଥ୍ୟା କହିଥିଲେ । ହେଲେ ଏଥର ଅଧିକ ଚିନ୍ତାରେ ଥିବା ଭଳି ଲାଗୁଛନ୍ତି ସେ। କାରଣ ଫେକ ନ୍ୟୁଜରେ ଏବେ ତାଙ୍କ ନାମ ବ୍ୟତୀତ ପିତା ତଥା ନିର୍ମାତା ଡେଭିଡ ଧୱନଙ୍କ ନାମ ସାମିଲ ହୋଇଛି । ଯାହାକୁ ନେଇ ସେ ଖୁବ୍ ରାଗିଯାଇଛନ୍ତି।

କଥାଟି ହେଲା ଯେ ପ୍ରଚାର ହୋଇଥିବା ନ୍ୟୁଜରେ କୁହାଯାଇଛି ବରୁଣ, ଅମିତାଭ ବଚ୍ଚନଙ୍କ ଫେମସ ଫିଲ୍ମ ‘ନମକ ହଲାଲ’ର ରିମେକରେ କାମ କରିବାକୁ ଯାଉଛନ୍ତି । ଆଉ ଯାହାକୁ ଡେଭିଡ ନିର୍ଦ୍ଦେଶିତ କରିବେ ।

ଯେତେବେଳେ ବରୁଣଙ୍କୁ ଏହି ଚର୍ଚ୍ଚା ବିଷୟରେ ଜଣାପଡିଲା ତେବେ ସେ ସଙ୍ଗେ ସଙ୍ଗେ ଏହାକୁ ଖଣ୍ଡନ କରିଥିଲେ । ଆଉ ଏକ ଟ୍ବିଟକୁ ରିଟ୍ବିଟ କରି ଲେଖିଥିଲେ,‘ଆପଣ ଲୋକଙ୍କୁ ବିଶ୍ବାସ ଦେବା ପାଇଁ ମୋ ବିଷୟରେ ଅନେକ କାହାଣୀ ଲେଖିପାରିବେ । ହେଲେ ବାପାଙ୍କ ବିଷୟରେ ମିଛ କଥା ଲେଖନାହିଁ । ଏହା ସମ୍ପୂର୍ଣ୍ଣ ରୂପେ ଉଡା ଖବର । ଠିକ୍ ଅଛି ଖ୍ରୀଷ୍ଟମାସରେ ଦେଖା ହେବି । ଆପଣଙ୍କୁ ହସାଇବା ପାଇଁ ।’

ପ୍ରକାଶ ଥାଉକି ଏହି ଟ୍ବିଟ କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ ମଧ୍ୟ କରିଦେଇଛନ୍ତି । ଯାହାକୁ ନେଇ ନୂଆ ଚର୍ଚ୍ଚା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.