ନୂଆଦିଲ୍ଲୀ : ମହାମାରୀ କୋରୋନା ସମୟରେ ଯେତେବେଳେ ସାରା ଦେଶ ତାଲାବନ୍ଦ ସ୍ଥିତିରେ ରହିଥିଲା, ସେବେ ଅନେକ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଦେଶ ତଥା ବିଦେଶରୁ ବହୁତ ସମ୍ମାନ ମିଳିଥିଲା ।
-
Humbled 🙏 pic.twitter.com/Y4aESniX7K
— sonu sood (@SonuSood) March 25, 2021 " class="align-text-top noRightClick twitterSection" data="
">Humbled 🙏 pic.twitter.com/Y4aESniX7K
— sonu sood (@SonuSood) March 25, 2021Humbled 🙏 pic.twitter.com/Y4aESniX7K
— sonu sood (@SonuSood) March 25, 2021
ବର୍ତ୍ତମାନ ସୋନୁଙ୍କୁ ଫୋର୍ବସ୍ ପକ୍ଷରୁ ଲିଡରସିପ୍ ଆୱାର୍ଡ 2021 (Leadership Award 2021) ଦିଆଯାଇଛି । ଯାହାର ସୂଚନା ସୋନୁ ସୋସିଆଲ ମିଡିଆରେ ଦେଇଛନ୍ତି।
-
The phenomenally-talented @SonuSood has been a messiah to lakhs of Indians during the pandemic, helping them reunite with their loved ones, feed their families and more. (1/3) pic.twitter.com/8wYUml4tdD
— SpiceJet (@flyspicejet) March 19, 2021 " class="align-text-top noRightClick twitterSection" data="
">The phenomenally-talented @SonuSood has been a messiah to lakhs of Indians during the pandemic, helping them reunite with their loved ones, feed their families and more. (1/3) pic.twitter.com/8wYUml4tdD
— SpiceJet (@flyspicejet) March 19, 2021The phenomenally-talented @SonuSood has been a messiah to lakhs of Indians during the pandemic, helping them reunite with their loved ones, feed their families and more. (1/3) pic.twitter.com/8wYUml4tdD
— SpiceJet (@flyspicejet) March 19, 2021
ସୋନୁ ତାଙ୍କ ଟ୍ବିଟରରେ ଟ୍ରଫିର ଏକ ଫଟୋ ସେୟାର କରିଛନ୍ତି। ଏହି ଆୱାର୍ଡରେ ତାଙ୍କୁ କୋଭିଡ -19 ହିରୋ ବୋଲି ଲେଖାଯାଇଛି ।
ଯାହାକୁ ନେଇ ସୋନୁ ହାତ ଯୋଡି କୃତଜ୍ଞତା ଜଣାଇଛନ୍ତି। କୋଭିଡ -19 ହେତୁ ସୋନୁଙ୍କୁ ଭର୍ଟୁଆଲ ଭାବରେ ଏହି ଆୱାର୍ଡ ମିଳିଛି ।
ନିକଟରେ ସୋନୁ ସୁଦଙ୍କ ଉଦାରତା ଦେଖି ଏୟାରଲାଇନ୍ସ ସ୍ପାଇସଜେଟ୍ ତାଙ୍କୁ ଧନ୍ୟବାଦ ଜଣାଇଥିଲା। ସ୍ପାଇସଜେଟ ବୋଇଙ୍ଗ 737 ବିମାନରେ ସୋନୁଙ୍କ ଏକ ବଡ ଫଟୋ ଲଗାଇ ସୋନୁଙ୍କୁ ସାଲ୍ୟୁଟ ଲେଖିଛନ୍ତି ।
ପ୍ରକାଶ ଥାଉ ଯେ, ସୋନୁ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଆଗାମୀ ସମୟରେ, ସୋନୁଙ୍କୁ ତେଲୁଗୁ ଚଳଚ୍ଚିତ୍ର 'ଆଚାର୍ଯ୍ୟ'ରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହିତ ଦେଖିବାକୁ ମିଳିବ।