ETV Bharat / sitara

ଭେଟନ୍ତୁ ଲକ୍ଷ୍ନୌର ଆଦର୍ଶବାଦୀ ପତି-ପତ୍ନୀଙ୍କୁ !

author img

By

Published : Oct 15, 2019, 3:47 PM IST

Updated : Oct 16, 2019, 7:07 AM IST

ରିଲିଜ ହେବାକୁ ପ୍ରସ୍ତୁତ ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର ବୋ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ପତି କାର୍ତ୍ତିକ ଓ ପତ୍ନୀ ଭୂମିଙ୍କ ପ୍ରଥମ ପୋଷ୍ଟର ।

ଡିଜାଇନ ଫଟୋ

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ଅନେକ ବଡ ପ୍ରୋଜେକ୍ଟ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏହି କ୍ରମରେ ସାମିଲ ଅଛି କ୍ୟୁଟ କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ବୋ’ । ପ୍ରଥମଥର ଏହି ଫିଲ୍ମରେ କାର୍ତ୍ତିକ ନବାଗତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକରଙ୍କ ସହ ରୋମାନ୍ସ କରିବେ । ନିକଟରେ ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଶେଷ କରିଥିଲେ ଏହି ଷ୍ଟାର-କାଷ୍ଟ ।

photo-2
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଏବେ ‘ପତି ପତ୍ନୀ ଔର ବୋ’ର ଦୁଇଟି ପୋଷ୍ଟର ଜାରି ହୋଇଯାଇଛି । ଗୋଟିଏ ପୋଷ୍ଟରରେ ଫିଲ୍ମର ପତି ତଥା କାର୍ତ୍ତିକଙ୍କୁ ଇଣ୍ଟ୍ରୋଡ୍ୟୁସ କରାଯାଇ ଥିବା ବେଳେ ଦ୍ବିତୀୟଟିରେ ଭୂମି ନଜର ଆସୁଛନ୍ତି । ଫିଲ୍ମରେ କାର୍ତ୍ତିକ ଚିଣ୍ଟୁ ତ୍ୟାଗୀ ରୋଲରେ ଦେଖାଯିବେ । ପୋଷ୍ଟରଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ।

ଅନ୍ୟପଟେ କାର୍ତ୍ତିକ ମଧ୍ୟ ଟ୍ବିଟରରେ ପୋଷ୍ଟରକୁ ପୋଷ୍ଟ କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ହାଏ କ୍ୟା ସ୍ମାଇଲ ହୈ । ସାକ୍ଷାତ କରନ୍ତୁ ଚିଣ୍ଟୁ ତ୍ୟାଗୀଙ୍କୁ, କାନପୁରର ସବୁଠାରୁ ଆଦର୍ଶବାଦୀ ପତିଙ୍କ ସହ ।’ ପୋଷ୍ଟର ଉପରେ ମଧ୍ୟ ମଜାଦାର ଅନ୍ଦାଜରେ ଲେଖାଯାଇଛି ‘ଲିଜିଏ ଖତ୍ମ ହୋ ଗୟା ଇନତଜାର, ଆ ଗଏ ହାଲାତ କେ ଶିକାର।’ ପତିଙ୍କ ପୋଷ୍ଟର ପରେ ସଙ୍ଗେ ସଙ୍ଗେ ରିଲିଜ ହୋଇଥିବା ପତ୍ନୀ ଭୂମିଙ୍କ ପୋଷ୍ଟରେ ଲେଖାଯାଇଛି ‘ଜରା ହାଇ ମେଣ୍ଟେନାନ୍ସ ହୈ ହମ... ଇମୋଶନାଲି । ’

photo-1
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

କାର୍ତ୍ତିକଙ୍କ ପୋଷ୍ଟରେ ସବୁଠାରୁ ମଜା କଥା ହେଲା କି ପ୍ରଥମଥର କାର୍ତ୍ତିକ ଚେହେରାରେ ନିଶ ଦେଖିବାକୁ ମିଳୁଛି । ଆଉ ବାଇକ ଚଲାଉଥିବା ବେଳେ ଆଖି ମଧ୍ୟ ମାରୁଛନ୍ତି । ପ୍ରକାଶ ଥାଉକି ଫିଲ୍ମରେ କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ଭୂମି ନଜର ଆସିବାକୁ ଯାଉଥିବା ବେଳେ ଅନନ୍ୟା ତାଙ୍କ ଅଫିସ ଗାର୍ଲଫ୍ରେଣ୍ଡ ଭୂମିକାରେ ଦେଖାଯିବେ । ଡିସେମ୍ବର 6ରେ ରିଲିଜ ହେବ ଏହି ଫିଲ୍ମ ।

Intro:Body:

BLANK FOR LINK  

Conclusion:
Last Updated : Oct 16, 2019, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.