ନୂଆଦିଲ୍ଲୀ : କୋରୋନା ସଂକ୍ରମିତ ଫେମସ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଗୀତ ସିଭାନ ଗୁରୁତର ଅସୁସ୍ଥ ହୋଇ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚାରି ଦିନ ପୂର୍ବରୁ କୋରୋନା ସଂକ୍ରମିତ ସଂଗୀତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତରଖାନା ଅନୁଯାୟୀ, ଏବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି ।
ସଂଗୀତ ‘ଓ୍ବାରିୟର’, ‘ଗାନ୍ଧାରଭମ୍’ ଏବଂ ‘ନିରର୍ମାୟମ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବରେ ଲୋକପ୍ରିୟ । ସେ ମାଲାୟାଲମ୍ ଚଳଚ୍ଚିତ୍ର ସହିତ ବଲିଉଡରେ ପ୍ରବେଶ କରିଥିଲେ ଏବଂ ‘କ୍ୟା କୁଲ୍ ହେ ହମ୍’, ‘କ୍ଲିକ୍’ ଏବଂ ‘ୟମଲା ପଗଲା ଦିୱାନା-୨’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ