ହାଇଦ୍ରାବାଦ: 2017ର ତାମିଲ ବ୍ଲକବଷ୍ଟର ଫିଲ୍ମ ‘ଆରୁଭି’ର ହିନ୍ଦୀ ରିମେକକୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଫାତିମା ସାନା ସେଖ । ନିର୍ମାତା ଶୁକ୍ରବାର ଏହାର ଘୋଷଣା କରି ଦର୍ଶକଙ୍କୁ ଦେଇଛନ୍ତି ସରପ୍ରାଇଜ ।
ସେପଟେ ଫିଲ୍ମ ପାଇଁ ଆପ୍ଲେଜ୍ ଏଣ୍ଟରଟେନମେଣ୍ଟ ଫେତ୍ ଫିଲ୍ମସ୍ ସହିତ ସହଯୋଗ କରିଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଇ. ନିୱାସ ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ‘ଆରୁଭି’ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ପ୍ରଭୁ ପୁରୁଷୋତ୍ତମ । ଯେଉଁଥିରେ ଦମଦାର ଅଭିନୟ କରିଥିଲେ ଅଦିତି ବଲାନ । ଯଦି ଫାତିମାଙ୍କ କଥା ହେବା ତାହାଲେ ନିକଟରେ ତାଙ୍କୁ କମେଡି ଡ୍ରାମା ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ଫିଲ୍ମରେ ଦିଲଜିତ ଦୋସାଞ୍ଝ ରୋମାନ୍ସ କରିଥିବା ବେଳେ ତାଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ ମନୋଜ ବାଜପେୟୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ