ହାଇଦ୍ରାବାଦ: ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ବଲିଉଡର ପାୱାର କପଲ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ବିବାହ ପରଠୁ ଫରହାନ ଏବଂ ଶିବାନୀ ପ୍ରତିଟି ମୁହୂର୍ତ୍ତକୁ ଏକାଠି ଉପଭୋଗ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ସୁନ୍ଦର ସୁନ୍ଦର ଫଟୋ ସେୟାର କରୁଛନ୍ତି।
ଆଜି (26 ଫେବୃଆରୀ) ମଧ୍ୟ ଫରହାନ ଅଖତର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ କିଛି ନୂଆ ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକ ମଧ୍ୟରେ ଫରହାନ ଅଖତର ପତ୍ନୀ ଶିବାନୀଙ୍କ ସହ ଏକ ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି ।
ପରିବାର, ସମ୍ପର୍କୀୟ, ବନ୍ଧୁ ଏବଂ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଫରହାନ ତାଙ୍କ ଖଣ୍ଡାଲାର ସୁକୁନ ଫାର୍ମହାଉସରେ ଶିବାନୀଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଶିବାନୀଙ୍କର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଆସିଛି, ଯେଉଁଥିରେ ସେ ବହୁତ ଖୁସି ନଜର ଆସୁଛନ୍ତି ।
ଫରହାନ ପାରମ୍ପାରିକ ପୋଷାକରେ ଶିବାନୀଙ୍କ ସହ ଫଟୋ ସେୟାର କରିଛନ୍ତି । ଏହି ଦମ୍ପତି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସମସ୍ତେ ତାଙ୍କ ଫଟୋକୁ ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି - ତୁମେ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାଉଛ ।
ଆଉ ଜଣେ ପ୍ରଶଂସକ ଲେଖିଛନ୍ତି- ସଂପୂର୍ଣ୍ଣ ଦମ୍ପତି । କିଛି ମିନିଟରେ ତାଙ୍କ ଫଟୋକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିସାରିଲେଣି । ଫେବୃଆରୀ 19ରେ ଫରହାନ୍ ଏବଂ ଶିବାନୀ ବିବାହ କରିଥିଲେ । ସେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହରେ ପରିବାର ଏବଂ କିଛି ବିଶେଷ ବନ୍ଧୁ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ