ମୁମ୍ବାଇ: କୋରିଓଗ୍ରାଫର ଓ ଫିଲ୍ମ ନିର୍ମାତା ଫରାହ ଖାନ ନିଜର ଆଗାମୀ ଫିଲ୍ମ ଆକ୍ସନ ନିର୍ଦ୍ଦେଶକ ଓ ପ୍ରଯୋଜକ ରୋହିତ ସେଟ୍ଟୀଙ୍କ ଦ୍ବାରା ପ୍ରଯୋଜିତ କରିବେ । ତାଙ୍କ ଏହି ପ୍ରୋଜେକ୍ଟ ଦୀର୍ଘ ସମୟରୁ ଚର୍ଚ୍ଚାରେ । କାରଣ ଦୁଇ ହେଭିୱେଟ ଫିଲ୍ମ ନିର୍ମାତାଙ୍କ ଦମଦାର ଫିଲ୍ମ ଦେଖିବାକୁ ପରଦାରେ ବ୍ୟାକୁଳ ଦର୍ଶକ । ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଅନୁଷ୍କା ଶର୍ମା ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା ।
ଅନ୍ୟପଟେ ଫରାହ କହିଛନ୍ତି କି ଯେପର୍ଯ୍ୟନ୍ତ ଫିଲ୍ମ କାଷ୍ଟିଂ ବିଷୟରେ କୌଣସି ଘୋଷଣା ହୋଇନାହିଁ ଦର୍ଶକଙ୍କୁ ଅନୁମାନ ଲଗାଇବାକୁ ଦିଆଯାଉ । ଅନେକ ମିଡିଆ ରିପୋର୍ଟରେ ପୂର୍ବରୁ କୁହାଯାଇଛି ଯେ ହ୍ରିତିକ ଓ ଅନୁଷ୍କା ତାଙ୍କ ଆଗାମୀ ଫିଲ୍ମରେ ମୁଖ୍ୟ ଯୋଡି ରୂପେ କାମ କରିବେ । ଏହା ସତ କିନ୍ତୁ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । 1982ରେ ଆସିଥିବା ସୁପର ଡୁପର ହିଟ୍ ‘ସତ୍ତେ ପେ ସତ୍ତା’ର ଏହା ରିମେକ ଫିଲ୍ମ । ଯେଉଁଥିରେ ବିଗ ବି ଅଭିତାଭ ବଚ୍ଚନ ଓ ହେମାମାଳିନୀ ଅଭିନୟ କରିଥିଲେ ।
ରୋହିତ ଫିଲ୍ମର ପ୍ରଯୋଜନା କରିବା ବେଳେ ସେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ । ଏହି ଫିଲ୍ମର ଘୋଷଣା ସେ ଦୀପାବଳି ଅବସରରେ ରୋହିତଙ୍କ ସହ ମିଶି କରିବେ । କାରଣ ବର୍ତ୍ତମାନ ରୋହିତ ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ । ସେ ସମୟ ପାଇବା ମାତ୍ରେ ‘ସତ୍ତେ ପେ ସତ୍ତା’ ରିମେକରେ କାମ ଆରମ୍ଭ କରିବୁ ବୋଲି କହିଛନ୍ତି ଫରାହ ।