ETV Bharat / sitara

Drugs party case: ଘରୁ ଖାଇବା ଆଣିବାକୁ ମନାକଲେ ଆର୍ଯ୍ୟନ

ଘରୁ ଖାଇବା ଆଣିବା ପ୍ରସ୍ତାବକୁ ମନା କରିଦେଲେ ଆର୍ଯ୍ୟନ । କୋର୍ଟ ପରିସରରେ ତାଙ୍କ ବନ୍ଧୁ ଅରବାଜଙ୍କ ବାପା ଘରୁ ଖାଇବା ଆଣିବାକୁ ପଚାରିବାରୁ ସେ ମନା କରିଦେଇଛନ୍ତି । ଅଧିକ ପଢନ୍ତୁ..

Drugs party case: ଘରୁ ଖାଇବା ଆଣିବାକୁ ମନାକଲେ ଆର୍ଯ୍ୟନ
drugs-party-case-aryan-khan-refuses-home-cooked-meals
author img

By

Published : Oct 5, 2021, 9:32 AM IST

ମୁମ୍ବାଇ: ଘର ତିଆରି ଖାଇବା ଆଣିବା ପ୍ରସ୍ତାବକୁ ମନା କରିଦେଲେ ଆର୍ଯ୍ୟନ ଖାନ । ଡ୍ରଗ୍ସ ମାମଲାରେ NCB ହେପାଜତରେ ଥିବା ସାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗତକାଲି(ସୋମବାର) କୋର୍ଟ ସମ୍ମୁଖରେ ଭେଟିଛନ୍ତି ତାଙ୍କ ସହ ଗିରଫ ଥିବା ଅରବାଜଙ୍କ ବାପା । ଏହି ସମୟରେ ଅରବାଜଙ୍କ ବାପା ଘରୁ ଖାଇବା ନେଇ ଆସିବି କି ପଚାରିବାରୁ ଆର୍ଯ୍ୟନ ତାଙ୍କୁ ମନା କରିଦେଇଛନ୍ତି ।

ଆର୍ଯ୍ୟନ ଅରବାଜଙ୍କ ବାପାଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'କିଛି ଆବଶ୍ୟକ ନାହିଁ, ଧନ୍ୟବାଦ ।' ସୂଚନା ଅନୁଯାୟୀ ଗତ ରବିବାର ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ ପାର୍ଟିରେ ଚଢାଉ କରିଥିଲା NCB । ବିଭିନ୍ନ ବେଆଇନ ନିଶା ସେବନ ଏବଂ କିଣାବିକା ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୧୩ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି ଏବଂ ଆର୍ଯ୍ୟନଙ୍କ ଜଣେ ପୁରୁଷ ଓ ମହିଳା ବନ୍ଧୁ ମଧ୍ୟ ସାମିଲ ଅଛନ୍ତି ।

ଗତକାଲି(ସୋମବାର) ଆର୍ଯ୍ୟନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିବା ପରେ ଆସନ୍ତା ୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି NCB । ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅରବାଜ୍ ଏବଂ ମୁନମୁନ୍ ମଧ୍ୟ ରିମାଣ୍ଡରେ ଅଛନ୍ତି । ତେବେ କୋର୍ଟ ପରିସର ବାହାରେ ଅରବାଜଙ୍କ ବାପା ଆର୍ଯ୍ୟନଙ୍କୁ ଭେଟି ଘରୁ ଖାଇବା ଆଣିବାକୁ ପଚାରିବାରୁ ସେ ମନା କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.