ETV Bharat / sitara

ମହାଭାରତ ଫିଲ୍ମକୁ ନେଇ ଦୀପିକାଙ୍କ ବଡ ଖୁଲାସା

author img

By

Published : Feb 10, 2020, 7:17 PM IST

ଏଥର ପରଦାରେ ମହାଭାରତର ମହାଗାଥା ଦେଖିବାକୁ ପାଇବେ ଦର୍ଶକେ । ଫିଲ୍ମକୁ ନେଇ ଘୋଷଣା କଲେ ଦୀପିକା ପାଦୁକୋନ । ଦ୍ରୌପଦୀ ସାଜି କିଣିବେ ଦର୍ଶକଙ୍କ ମନ ।

deepika padukone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଦୀର୍ଘ ସମୟରୁ ବଲିଉଡରେ ମହାଭାରତ କାହାଣୀକୁ ନେଇ ନିର୍ମାଣ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ । ଫିଲ୍ମରେ ସେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିବେ । ଏହି ପିରିୟଡ ଡ୍ରାମା ଫିଲ୍ମଟିକୁ ସେ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ମିଶି ନିର୍ମାଣ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଇତିମଧ୍ୟରେ ସେ ପ୍ରଥମ ଥର ଫିଲ୍ମ ମହାଭାରତକୁ ନେଇ କିଛି କଥା ସେୟାର କରିଛନ୍ତି । ଏକ ସାକ୍ଷାତକାରରେ ସେ ଏହି ଫିଲ୍ମର ଅନେକ ରାଜ ଖୋଲିଛନ୍ତି । ସେ ମାନିଥିଲେ ଯେ ଫିଲ୍ମ ନିର୍ମାଣ ଉପରେ କାମ ଆରମ୍ଭ ହୋଇଯାଇଛି। ଏହି ପ୍ରୋଜେକ୍ଟ ସାଧାରଣ ପ୍ରୋଜେକ୍ଟ ଭଳି ନୁହେଁ । ଏହା ପଛରେ ଏକ ବଡ ଟିମ କାମ କରିବ । ଯାହା ଉପରେ ଏବେଠାରୁ କାମରେ ଲାଗିସାରିଛନ୍ତି ପୁରା ଟିମ।

ସେ ସେହି ଲୋକଙ୍କ ପରି ନୁହେଁ ଯିଏ ପ୍ରୋଜେକ୍ଟସ ଘୋଷଣା ସହ ବଜେଟ କ୍ରିଏଟ କରିବାରେ ବିଶ୍ବାସ ରଖୁଛନ୍ତି । ସେ ଖୁବ୍ ଭାବିଛନ୍ତି ଏହି ପ୍ରୋଜେକ୍ଟ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ‘ଛପାକ’ ପ୍ରମୋଶନରେ ଖୁବ୍ ବ୍ୟସ୍ତ ଥିଲେ । ଯାହାପାଇଁ ତାଙ୍କୁ ମହାଭାରତ ଫିଲ୍ମ ଉପରେ କଥା ହେବାକୁ ସମୟ ମିଳିନଥିଲା ।

ହୁଏତଃ ସେ ବର୍ତ୍ତମାନ ଫିଲ୍ମ ଉପରେ କାମ ଆରମ୍ଭ କରିଦେଇଛନ୍ତି, ହେଲେ କାଷ୍ଟ ଓ କ୍ରୁ ମେମ୍ବରର ଚୟନ ଏଯାବତ ହୋଇନାହିଁ ବୋଲି କହିଛନ୍ତି ସେ । ଦୀପିକା ଖୁବଶୀଘ୍ର ସ୍ବାମୀ ରଣବୀର ସିଂଙ୍କ ସହ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏପ୍ରିଲ 10 ତାରିଖରେ ରିଲିଜ ହେବାକୁ ଯାଉଛି ।

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.