ମୁମ୍ବାଇ: ଦୀପିକା ପାଦୁକୋନଙ୍କ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ଦିୱାନା । ତାଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଭାଇରାଲ ହୋଇଥାଏ । କିନ୍ତୁ ବେଳେ ବେଳେ ସେ ମଧ୍ୟ ଟ୍ରୋଲର୍ସଙ୍କ ଶିକାର ହୁଅନ୍ତି । ଏବେ ପୁଣି ଏମିତି ହିଁ କିଛି ତାଙ୍କ ସହ ଘଟିଛି । ନିଜ ଲେଟେଷ୍ଟ ଫଟୋସୁଟକୁ ନେଇ ଟ୍ରୋଲ ହୋଇଛନ୍ତି ଦୀପିକା ।
- " class="align-text-top noRightClick twitterSection" data="
">
ଚାରି ଦିନ ପୂର୍ବରୁ ଦୀପିକା ଲେଟେଷ୍ଟ ଫଟୋସୁଟ କରିଥିଲେ । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଏହି ଫଟୋସୁଟରେ ଦୀପିକା ହ୍ବାଇଟ କଲର ବିଜନେସ ସୁଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଡ୍ରେସରେ ନେକଲାଇନ ଫ୍ଲାଣ୍ଟ କରି ଖୁବ୍ ସୁନ୍ଦର ଦେଖାଯାଇଛନ୍ତି ଦୀପିକା । କିନ୍ତୁ ଲାଗୁଛି ଯେ କିଛି ୟୁଜର୍ସଙ୍କୁ ଦୀପିକାଙ୍କ ଏହି ଲୁକ ପସନ୍ଦ ଆସିନାହିଁ । ତେଣୁ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଯେଉଁଠାରେ ତାଙ୍କ ମେସି ହେୟାର ଷ୍ଟାଇଲ ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହିଁ, ସେହିଠାରେ ଜଣେ ୟୁଜର ତାଙ୍କ ନାକ ଉପରେ କମେଣ୍ଟ କରି ଲେଖିଛନ୍ତି,"ଆପଣଙ୍କ ନାକ ଏମିତି କାହିଁକି ଦେଖାଯାଉଛି ।" ଅନ୍ୟପଟେ କିଛି ୟୁଜର୍ସ କହୁଛନ୍ତି କି ଦୀପିକା ଅଧିକା ଫଟୋସପର ବ୍ୟବହାର କରି ନିଜ ଲୁକକୁ ପରିବର୍ତ୍ତନ କରିଛନ୍ତି ।
ଖାଲି ଏତିକି ନୁହେଁ, ଦୀପିକାଙ୍କ ଗ୍ରିନ ଆଉଟଫିଟ ଫଟୋରେ ମଧ୍ୟ ଟ୍ରୋଲର୍ସ ଖୁବ୍ ଟ୍ରୋଲ କରିଛନ୍ତି । ଏହି ଫଟୋରେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଦୀପିକା ଏତେ ଗୋରା ନୁହଁନ୍ତି, ତେଣୁ ତାଙ୍କୁ ଅଧିକ ଫଟୋସପର ଆବଶ୍ୟକ ପଡୁଛି ।