ETV Bharat / sitara

ପ୍ରଭାସଙ୍କ ସହ ରୋମାନ୍ସ କରିବାକୁ ଦୀପିକାଙ୍କ ସର୍ତ୍ତ

author img

By

Published : Mar 26, 2020, 2:16 PM IST

ଦର୍ଶକଙ୍କ ଅନେକ ଦିନରୁ ପରଦାରେ ଦୀପିକା ଓ ପ୍ରଭାସଙ୍କୁ ଏକାଠି ଦେଖିବାକୁ ଅନାଇ ବସିଛନ୍ତି। ହେଲେ ଦୀପିକା ମେକର୍ସଙ୍କ ସାମ୍ନାରେ ବଡ ସର୍ତ୍ତ ରଖିଛନ୍ତି। ତାଙ୍କ ସର୍ତ୍ତ ପୂରଣ ହେଲା ପରେ ସେ ଫିଲ୍ମରେ ଅଭିନୟ କରିବେ ।

deepika padukon
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ଏକାଠି ପରଦାରେ ନଜର ଆସିବା ଖବର ଦୀର୍ଘ ସମୟରୁ ଚର୍ଚ୍ଚାରେ। ଫେମସ ନିର୍ଦ୍ଦେଶକ ନାଗ ଅଶ୍ବିନ ଦୀପିକାଙ୍କୁ ନିଜର ଆଗାମୀ ପ୍ରୋଜେକ୍ଟରେ ପ୍ରଭାସଙ୍କ ସହ କାଷ୍ଟ କରିବାକୁ ଚାହୁଁଛନ୍ତି । ଯାହାକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ। ହେଲେ ମେକର୍ସଙ୍କ ଚିନ୍ତା ବଢାଇ ଦେଇଛନ୍ତି ଦୀପିକା।

ଆଜ୍ଞା ହଁ, ପ୍ରଭାସଙ୍କ ସହ ପରଦାରେ ରୋମାନ୍ସ କରିବା ପାଇଁ ମେକର୍ସଙ୍କୁ ମୋଟା ଅଙ୍କ ମାଗିଛନ୍ତି ଦୀପିକା। ଯାହା ଶୁଣି ଆଶ୍ଚର୍ଯ୍ୟ ଫିଲ୍ମ ନିର୍ମାତା। ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନେ ଉଙ୍କି ମାରୁଛି ଯେ କଣ ମେକର୍ସ ଦୀପିକାଙ୍କ ଡିମାଣ୍ଡ ପୂରଣ କରିପାରିବେ ? ଏହା ଜଣାପଡିବ ମେକର୍ସଙ୍କ ଆଗାମୀ ଘୋଷଣା ପରେ।

ପ୍ରକାଶ ଥାଉକି ନାଗଙ୍କ ଏହି ସାଇନ୍ସ ଫିକ୍ସନ ପ୍ରୋଜେକ୍ଟର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଫେମସ ପ୍ରଯୋଜକ ଅଶ୍ବିନୀ ଦତ୍ତ । ଏହି ବିଗ ବଜେଟ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.