ମୁମ୍ବାଇ: ଦୀର୍ଘ ସମୟରୁ ପିଲାବେଳର ବନ୍ଧୁ ନତାଶା ଦଲାଲଙ୍କୁ ଡେଟ କରିଆସୁଥିବା ବରୁଣ ଧୱନ ନିକଟରେ ନିଜ ରିଲେସନଶିପ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଏହାସହ ବରୁଣଙ୍କୁ ନେଇ ବିବାହ ଖବର ମଧ୍ୟ ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ଏବର୍ଷ ଡିସେମ୍ବରରେ ବରୁଣ ଗାର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ କରିବେ । ଇତିମଧ୍ୟରେ ବରୁଣଙ୍କ ପିତା ଅର୍ଥାତ୍ ପପୁଲାର ନିର୍ଦ୍ଦେଶକ ଡେଭିଡ ଧୱନ ଏହି ଖବର ଉପରେ ଫୁଲଷ୍ଟପ୍ ଲଗାଇଛନ୍ତି ।
ସେ ଏକ ସାକ୍ଷାତକାରରେ କହିଥିଲେ କି ବରୁଣଙ୍କ ବିବାହକୁ ନେଇ ଶୁଣିବାକୁ ମିଳୁଥିବା ଖବରରେ କୌଣସି ବାସ୍ତବତା ନାହିଁ । ବର୍ତ୍ତମାନ ବରୁଣ ରେମୋ ଡିସୁଜାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପରେ ବରୁଣ ତାଙ୍କର ଆଗାମୀ 'କୁଲି ନଂ-1'ର ସିକ୍ବେଲ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏବର୍ଷ ବିବାହର ପ୍ରଶ୍ନ ହିଁ ଉଠୁନାହିଁ । ଆସନ୍ତା ବର୍ଷ ସେ ବିବାହ କରିପାରନ୍ତି । ଏହାପୂର୍ବରୁ ନୁହେଁ ।
ସେ ମଧ୍ୟ ବରୁଣଙ୍କ ବିବାହ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । କିନ୍ତୁ ସେ ବ୍ୟସ୍ତ ଥିବାରୁ କାହାରି କଥା ମଧ୍ୟ ଶୁଣୁନାହାଁନ୍ତି । ତେଣୁ ସେ ଏବର୍ଷ ବିବାହ କରିବେ ନାହିଁ ।