ହାଇଦ୍ରାବାଦ: ରିଲିଜ ହେଲା ବହୁ ପ୍ରତିକ୍ଷିତ ‘ଦବଙ୍ଗ-3’ର ଟ୍ରେଲର । ତୃତୀୟ ଥର ପାଇଁ ପରଦାରେ ପୁଣି ଦେଖିବାକୁ ମିଳିବ ଚୁଲବୁଲ ପାଣ୍ଡେଙ୍କୁ । ସଲମାନ ଖାନଙ୍କୁ ଦୁଇଟି ଚରିତ୍ରରେ ଦେଖିବାକୁ ମିଳିବ ବୋଲି ଟ୍ରେଲରରୁ ଜଣାପଡିଛି । ଦମଦାର ଆକ୍ସନ ଥିବା ବେଳେ ଫିଲ୍ମର କାହାଣୀ ଏବେବି ସସପେନ୍ସରେ ।
- " class="align-text-top noRightClick twitterSection" data="">
ଟ୍ରେଲରରେ ସୋନାକ୍ଷୀ ସିହ୍ନା, ସାଇ ମାଞ୍ଜେରକରଙ୍କୁ ଦେଖିବାକୁ ମିଳିଛି ଓ ନେଗେଟିଭ ଭୂମିକାରେ ସାଉଥ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମଧ୍ୟ ମିଳିଛି । ତେବେ ଅରବାଜ ଖାନ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ପ୍ରଭୂ ଦେବା ନିର୍ଦ୍ଦେଶନା ଦେଇଛନ୍ତି । 20 ଡିସେମ୍ବରରେ ପରଦାକୁ ଆସିବ ‘ଦବଙ୍ଗ-3’ ।