ETV Bharat / sitara

Comedian Bharti Singh Pregnant: ସୋସିଆଲ ମିଡିଆରେ ଜଣାଇଲେ ଗୁଡ୍ ନ୍ୟୁଜ

author img

By

Published : Dec 11, 2021, 10:48 AM IST

ମାଆ ହେବାକୁ ଯାଉଛନ୍ତି କମେଡିଆନ ଭାରତୀ ସିଂହ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦେଲେ ଏହି ଗୁଡ୍ ନ୍ୟୁଜ । ଅଧିକ ପଢନ୍ତୁ

କମେଡିଆନ ଭାରତୀ ସିଂହ ଗର୍ଭବତୀ
କମେଡିଆନ ଭାରତୀ ସିଂହ ଗର୍ଭବତୀ

ନୂଆଦିଲ୍ଲୀ: କମେଡିଆନ ଭାରତୀ ସିଂହ(comedian bharti singh) ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟା(Haarsh Limbachiyaa)ଙ୍କ ଜୀବନରେ ଆସିଲା ବଡ ଖୁସି ଖବର । ଗର୍ଭବତୀ ଅଛନ୍ତି ଭାରତୀ ସିଂହ । ଖୁବଶୀଘ୍ର ସେ ଏବଂ ହର୍ଷ ବାପାମାଆ ହେବାକୁ ଯାଉଥିବା ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହି ଗୁଡ୍ ନ୍ୟୁଜ ଦେଇଛନ୍ତି ।

ଗତ କିଛି ଦିନ ଧରି ଭାରତୀ ସିଂହ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା । ସେତେବେଳେ ଉଭୟ ଦମ୍ପତି ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ । ହେଲେ ଏବେ କମେଡିଆନ ଭାରତୀ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଅନ୍ଦାଜରେ କହିଛନ୍ତି ଯେ ବହୁ ଦିନ ଧରି ଆମେ ଯାହା ଅପେକ୍ଷାରେ ଥିଲୁ ସେ ଆସୁଛି । ମୁଁ ମାଆ ହେବାକୁ ଯାଉଛି । ଏହା ଏତେ ବଡ ଖୁସି ଖବର ଯେ ଏହାକୁ ଲୁଚାଇ ରଖିପାରିବି ନାହିଁ । ସେ ଭିଡିଓରେ ଖୁସିରେ ନାଚୁଥିବାର ମଧ୍ୟ ଦେଖାଯାଇଛି ।

  • " class="align-text-top noRightClick twitterSection" data="">

ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଛି କି ଭାରତୀ ବାଥରୁମରେ ପ୍ରେଗେନ୍ସିଂ ଟେଷ୍ଟ କିଟ୍(pregnancy test kit) ଧରି ବସିଛନ୍ତି । ତାଙ୍କ ସାମ୍ନାରେ କ୍ୟାମେରା ଅନ୍ ରହିଛି । ଏହି ସମୟରେ ତାଙ୍କ ଟେଷ୍ଟ ପଜିଟିଭ ଆସିଛି ଏବଂ ସେ ଖୁସିରେ ଫାଟି ପଡିଛନ୍ତି । ଗତ ୬ ମାସ ହେଲାଣି ଭାରତୀ ଏଭଳି ଟେଷ୍ଟ କରିଆସୁଥିଲେ ଏବଂ ସେ ମାଆ ହେବେ ବୋଲି ପ୍ରଥମେ ଜାଣିବାର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ଚାହୁଁଥିଲେ । ଯେଉଁ ପ୍ରତୀକ୍ଷାର ଏବେ ଅନ୍ତ ଘଟିଛି । ଟେଷ୍ଟ ପଜିଟିଭ ଆସିବା ପରେ ଭାରତୀ କ୍ୟାମେରା ନେଇ ହର୍ଷ ଆଡକୁ ଯାଉଥିବାର ଦେଖାଯାଇଛି ଯିଏକି, ବାଥରୁମରେ ଶୋଇଛନ୍ତି । ହର୍ଷ ମଧ୍ୟ ଏତେ ବଡ ଗୁଡ୍ ନ୍ୟୁଜ ଶୁଣି ଖୁସି ଖୁବ୍ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.