ETV Bharat / sitara

କୋରୋନାରେ ନିର୍ମାତା ଅନିଲ ସୁରୀଙ୍କ ମୃତ୍ୟୁ, ବଲିଉଡ ସ୍ତବ୍ଧ

ପୁଣି କୋରୋନା ଭାଇରସ ନେଲା ଆଉ ଜଣେ କଳାକାରଙ୍କ ଜୀବନ । କୋରୋନାରେ ସଂକ୍ରମିତ ହୋଇ ଅନିଲ ସୁରୀଙ୍କ ମୃତ୍ୟୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 6, 2020, 12:02 PM IST

ମୁମ୍ବାଇ: ବଲିଉଡର ଫେମସ ନିର୍ମାତା ଅନିଲ ସୁରୀଙ୍କ ଦେହାନ୍ତରେ ଦୁଃଖି ପୁରା ବଲିଉଡ । 77 ବର୍ଷିୟ ଅନିଲ କୋରୋନା ଭାଇରସରେ ସଂକ୍ରମିତ ଥିଲେ । ତାଙ୍କ ମୃତ୍ୟୁ ସୂଚନା ତାଙ୍କ ଭାଇ ରାଜୀବ ସୁରୀ ସମସ୍ତଙ୍କୁ ଦେଇଛନ୍ତି ।

ସେ କହିଛନ୍ତି ଯେ ହାଠତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପୁଣି ତାଙ୍କୁ ହିନ୍ଦୁଜା ହସ୍ପିଟାଲକୁ ନିଆଯାଇଥିଲା । ଉଭୟ ହସ୍ପିଟାଲରେ ତାଙ୍କୁ ବେଡ ଦେବାକୁ ମନା କରାଯାଇଥିଲା ।

ଶେଷରେ ଅନିଲଙ୍କୁ ଆଡଭାନ୍ସଡ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା । ବୁଧବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା, କିନ୍ତୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ 7 ଟାବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବୋଲି କହିଛନ୍ତି ରାଜୀବ ।

ପ୍ରକାଶ ଥାଉକି ଅନିୀଲ ଚର୍ଚ୍ଚିତ ଫିଲ୍ମ ‘କର୍ମୟୋଗୀ’ର ନିର୍ମାତା ଥିଲେ । ଯାହା ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ରାଜ କୁପର, ଜିତେନ୍ଦ୍ର ଓ ରେଖା ଭଳି ଶାନଦାର କଳାକାର ଅଭିନୟ କରିଥିଲେ । ତାଙ୍କ ଦ୍ବାରା ନିର୍ମିତ ‘ରାଜ ତିଲକ’ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ଯେଉଁଥିରେ ସୁନୀଲ ଦତ୍ତ, ରାଜ କୁମାର, ହେମା ମାଳିନୀ, ଧର୍ମେନ୍ଦ୍ର, ରାନୀ ରୟ, ସାରିକା ଓ କମଲ ହାସନ ନଜର ଆସିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.