ETV Bharat / sitara

‘ବ୍ଲାଇଣ୍ଡ’ ଟିମ ସହ ସୋନମଙ୍କ ସେଲ୍ଫି

author img

By

Published : Jan 4, 2021, 1:47 PM IST

ଭାଇରାଲ ହେଲା ସୋନମଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ‘ବ୍ଲାଇଣ୍ଡ’ ଟିମ ସହ ହସଖୁସିରେ ଉଠାଇଲେ ସେଲ୍ଫି । ଶୋମେଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହେବ ଏହି ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ଦୀର୍ଘ ସମୟ ପରେ ବି-ଟାଉନ ଡିଭା ସୋନମ କପୁର ଆହୁଜା ପରଦାକୁ ଫେରିବାକୁ ଯାଉଛନ୍ତି । ସେ ଖୁବଶୀଘ୍ର ଆକ୍ସନ ଡ୍ରାମା ଫିଲ୍ମ ‘ବ୍ଲାଇଣ୍ଡ’ରେ ନଜର ଆସିବେ । ନିକଟରେ ୟୁକେର ଗ୍ଲାସଗ୍ଲୋରେ ସୁଟିଂ ଆରମ୍ଭ କରିଥିଲେ ସେ । ଆଉ ଏବେ ଫିଲ୍ମ ଟିମ ସହ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ଯେଉଁଥିରେ ସେ ପୁରା ଟିମ ସହ ଖୁସି ନଜର ଆସୁଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ ଟିମ ସହ ସେଲ୍ଫି ଉଠାଇ ଇନଷ୍ଟାଗ୍ରାମରେ ସେ ସେୟାର କରିଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘ଅଲ୍ ଇନ ଆୱାର ସ୍ମଲ ଲିଟିଲ ବବଲ୍ସ । ଦ ଟିମ ବ୍ଲାଇଣ୍ଡ ଜିଆଇଏ । ଆୱାର ଲିଟିଲ ନର୍ମଲ ।’ ଆପଣ ବି ଦେଖନ୍ତୁ ସୋନମଙ୍କ ଏହି ସେଲ୍ଫି...

ପ୍ରକାଶ ଥାଉକି ‘ବ୍ଲାଇଣ୍ଡ’ର ନିର୍ଦ୍ଦେଶନା ଦାୟିତ୍ବ ଶୋମେ ମାଖିଜା କରୁଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ସୁଜୋୟ ଘୋଷ । ଏହି ଫିଲ୍ମ ଜରିଆରେ ଶୋମେ ନିର୍ଦ୍ଦେଶନାରେ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ‘ବ୍ଲାଇଣ୍ଡ’ 2011ରେ ଆସିଥିବା ସାଉଥ କୋରିଆନ ଆକ୍ସନ ଫିଲ୍ମର ରିମେକ ଭର୍ସନ । ସୋନମଙ୍କ ବ୍ୟତୀତ ଫିଲ୍ମରେ ନଜର ଆସିବେ ପୂରବ କୋହଲି, ବିନୟ ପାଠକ ଏବଂ ଲିଲେତ ଦୁବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.