ETV Bharat / sitara

କୃଷ୍ଣସାର ମୃଗ ଶିକାର ମାମଲା: ମାର୍ଚ୍ଚ 30ରେ ଆଗାମୀ ଶୁଣାଣି

author img

By

Published : Jan 27, 2020, 5:18 PM IST

ଗତବର୍ଷ କୃଷ୍ଣସାର ମୃଗ ଶିକାର ମାମଲାରେ ଯେଉଁଠାରେ ସଲମାନ ଖାନଙ୍କୁ 5 ବର୍ଷ ଜେଲ ଦଣ୍ଡ ଶୁଣାଯାଇଥିଲା । ସେହିଠାରେ ସୈଫ ସମେତ ଅନ୍ୟ ଷ୍ଟାର୍ସଙ୍କୁ ଜାମିନ ମିଳିଥିଲା । ଏହି ମାମଲାରେ ମାର୍ଚ୍ଚ 30ରେ ଯୋଧପୁର ହାଇକୋର୍ଟ ଆଗାମୀ ଶୁଣାଣି କରିବ।

deer hunting case
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସିଜିଏମ ଗ୍ରାମୀଣ କୋର୍ଟ ଯୋଧପୁର ଅଭିନେତା ସୈଫ ଅଲ୍ଲୀ ଖାନ, ନୀଲମ, ତବ୍ବୁ, ସୋନାଲୀ ଓ ଦୁଷ୍ୟନ୍ତ ସିଂଙ୍କ ଜାମିନ ଆଦେଶ ବିରୋଧରେ ରାଜ୍ୟ ସରକାର ଅପିଲ ଦାୟର କରିଥିଲେ । ଏହି ମାମଲାରେ ଆଜି ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ପୀଠ ଯୋଧପୁରରେ ଶୁଣାଣି ହେବାର ଥିଲା କିନ୍ତୁ ହୋଇନାହିଁ ।

ଅଭିଯୁକ୍ତ ଅଭିନେତାଙ୍କ ଓକିଲ ଶୁଣାଣିରେ ନିଜ ଯୁକ୍ତି ରଖିବା ପାଇଁ ସମୟ ମାଗିଥିଲେ । ଯାହା ଉପରେ ହାଇକୋର୍ଟର ଆଗାମୀ ଶୁଣାଣି ମାର୍ଚ୍ଚ 30ରେ ନିର୍ଦ୍ଧାରିତ କରାଯାଇଛି । କୃଷ୍ଣସାର ମୃଗ ଶିକାର ମାମଲାରେ ସିଜେଏମ ଗ୍ରାମୀଣ କୋର୍ଟ ଯୋଧପୁର ମାମଲାରେ ସୁପରଷ୍ଟାର ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି 5 ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ହେଲେ ପରେ ତାଙ୍କୁ ଜାମିନ ମିଳିଯାଇଥିଲା ।

ସେପଟେ ଏହି ମାମଲାରେ ସୈଫ, ନୀଲମ, ତବ୍ବୁ, ସୋନାଲୀ ବେନ୍ଦ୍ର ଓ ସ୍ଥାନୀୟ ଯୁବକ ଦୁଷ୍ୟନ୍ତ ସିଂଙ୍କୁ ଜାମିନ ମିଳିଥିଲା । ରାଜ୍ୟ ସରକାରଙ୍କ ଅପିଲରେ ଆଜି ରାଜସ୍ଥାନ ହାଇକୋର୍ଟ ଜଷ୍ଟିସ ମନୋଜ କୁମାର ଗର୍ଗଙ୍କ ଅଦାଲତରେ ଶୁଣାଣି ହୋଇଥାଆନ୍ତା । ହେଲେ ଅଭିନେତାଙ୍କ ଓକିଲ କେକେ ବ୍ୟାସ ମାମଲା ଉପରେ ଯୁକ୍ତତର୍କ କରିବା ପାଇଁ ସମୟ ମାଗିଛନ୍ତି । ଏହାଉପରେ ଜଷ୍ଟିସ ମନୋଜ କୁମାର ଗର୍ଗଙ୍କ ଅଦାଲତ ରାଜ୍ୟ ସରକାରଙ୍କ ଅପିଲ ଉପରେ ଶୁଣାଣୀ କରିବା ପାଇଁ ମାର୍ଚ୍ଚ 30 ତାରିଖ ନିର୍ଦ୍ଧାରିତ କରିଛନ୍ତି । ଆଗାମୀ ଶୁଣାଣି ମାର୍ଚ୍ଚ 30ରେ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.