ETV Bharat / sitara

ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି

author img

By

Published : Oct 11, 2021, 12:40 PM IST

କ୍ରୁଜ ସିପ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣିକୁ କୋର୍ଟ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି
ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ସେସନ କୋର୍ଟରେ ଚାଲିଛି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ଆଜି(ସୋମବାର) କୋର୍ଟ ଆସନ୍ତା ବୁଧବାରକୁ ଏହି ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇଥିବା ସୂଚନା ମିଳିଛି । ଆର୍ୟନଙ୍କୁ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ବିଳାସପୂର୍ଣ୍ଣ କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରାଯାଇଥିଲା । ସେ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଛନ୍ତି ବୋଲି NCB ଆଗରେ ସତ ଉଗାଳିଥିଲେ ।

ଆଜି ଶୁଣାଣି ସମୟରେ NCBର କାଉନସିଲ ଓ ଅଭିଯୁକ୍ତଙ୍କ କାଉନସିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିଯୁକ୍ତଙ୍କ ଓକିଲମାନେ ଏନସିବିକୁ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ଉତ୍ତର ଦେବାକୁ ଏନସିବି ସମୟ ମାଗିଥିବା ଜଣାପଡ଼ିଛି । ଏଥିଲାଗି ଏହି ଜାମିନ ଆବେଦନର ଶୁଣାଣିକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି ।

ଏହି ମାମଲାରେ NCB ଆର୍ୟନଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କ ଓକଲି ସତିଶ ମାନେସିନ୍ଦେ ମୁମ୍ବାଇର ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଗତ ଶୁକ୍ରବାର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପୂର୍ବରୁ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଗୁରୁବାର ଆର୍ୟନ ଓ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏହାପରେ ଆର୍ୟନ ମୁମ୍ବାଇର ସବୁଠୁ ବଡ଼ ଆର୍ଥର ରୋଡ ଜେଲରେ କାରାଗାର ଦଣ୍ଡ ଭୋଗୁଛନ୍ତି ।

ଗତ ଶୁକ୍ରବାର ଆର୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ପରିସରରେ ମାଆ ଗୌରୀ ଖାନ ନିଜ କାର ମଧ୍ୟରେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଆର୍ୟନଙ୍କୁ କିଛି ବଲିଉଡ଼ ସେଲିବ୍ରେଟି ତାଙ୍କୁ ଆଶ୍ବାସନା ଦେଉଥିବା ଦେଖିବାକୁ ମିଳିଛି । ସେପଟେ ପୁଅ ଆର୍ୟନ ଗିରଫ ହେବା ପରେ ବଲିଉଡ଼ ସୁପରଷ୍ଟାର ଶାହାରୁଖଙ୍କ ହାତରେ ଥିବା କିଛି ବିଜ୍ଞାପନ ବ୍ରାଣ୍ଡ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.