ETV Bharat / sitara

ଟ୍ରୋଲର୍ସଙ୍କ ଶିକାର ଅର୍ଜୁନ, ଏହି ଫିଲ୍ମରେ ସୁଶାନ୍ତଙ୍କୁ କରିଥିଲେ ରିପ୍ଲେସ

author img

By

Published : Jun 25, 2020, 2:11 PM IST

ଏବେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ରାଗର ଶିକାର ହୋଇଛନ୍ତି ଅର୍ଜୁନ କପୁର । ତାଙ୍କ ଅଭିନୀତ ଫିଲ୍ମ ‘ହାଫ ଗାର୍ଲଫ୍ରେଣ୍ଡ’କୁ ନେଇ ସୃଷ୍ଟି ହୋଇଛି ବିବାଦ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ ଲେଖକ ଚେତନ ଭଗତଙ୍କ 5 ବର୍ଷ ପୁରୁଣା ଏକ ଟ୍ବିଟ ହଠାତ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ନିଜ ଲେଖିତ ବହି ‘ହାଫ ଗାର୍ଲଫ୍ରେଣ୍ଡ’ ଉପରେ ଆଧାରିତ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ଘୋଷଣା କରିଥିଲେ ।

ନଭେମ୍ବର 7, 2015ରେ ଚେତନ ଟ୍ବିଟରେ ଲେଖିଥିଲେ, ‘ଏହା ସେୟାର କରି ଖୁସି ଅନୁଭବ ହେଉଛି ଯେ ସୁଶାନ୍ତ, ମୋହିତ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ହାଫ ଗାର୍ଲଫ୍ରେଣ୍ଡରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।’

କିଛି ଦିନରୁ ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ତାଙ୍କ ଫ୍ୟାନ୍ସଙ୍କ ନଜରରେ ଏହି ଟ୍ବିଟ ପଡିବା ମାତ୍ରେ ପୁଣି ପରିବାରବାଦକୁ ନେଇ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । କାରଣ ଫ୍ୟାନ୍ସ ଅଭିଯୋଗ ଆଣୁଛନ୍ତି ଯେ ପରିବାରବାଦ ପାଇଁ ସୁଶାନ୍ତଙ୍କୁ ଏହି ଫିଲ୍ମରୁ ବାହାର କରି ଅର୍ଜୁନ କପୁରଙ୍କୁ ନିଆଯାଇଥିଲା । ଏଥି ନିମନ୍ତେ ଏବେ ଫ୍ୟାନ୍ସ ଅର୍ଜୁନଙ୍କୁ ଟ୍ରୋଲ କରିବା ସହ ଦୋଷୀ ମଧ୍ୟ କହୁଛନ୍ତି ।

ଖାଲି ଏତିକି ନୁହେଁ ବୁଧବାର ଅର୍ଜୁନଙ୍କୁ ଟ୍ବିଟରରେ ଟ୍ରେଣ୍ଡ ମଧ୍ୟ କରାଇଥିଲେ ଫ୍ୟାନ୍ସ । ପ୍ରକାଶ ଥାଉକି ଗତ 14 ତାରିଖରେ ସୁଶାନ୍ତ ମୁମ୍ବାଇ ସ୍ଥିତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାକୁ ଏଯାବତ କେହି ମଧ୍ୟ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ମୃତ୍ୟୁ ପାଇଁ ସେଲିବ୍ରିଟିଙ୍କଠୁ ନେଇ କିଛି ରାଜନେତା ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଆଉ ସିବିଆଇ ଯାଞ୍ଚ ପାଇଁ ଦାବି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.