ETV Bharat / sitara

କନ୍ନଡ ଫିଲ୍ମରେ ଅରବାଜ

ଅରବାଜ ଖାନ ହୁଏତଃ ବଲିଉଡରେ ଦୀର୍ଘ ସମୟରୁ ଫିଲ୍ମ କରୁନାହାଁନ୍ତି । କିନ୍ତୁ ତାଙ୍କ ପାଖରେ କାମର ଅଭାବ ନାହିଁ । ଏବେ ସେ ସାଉଥ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହାସହ ସେ ଅଧିକ ସାଉଥ ଫିଲ୍ମ କରିବାକୁ ଚାହୁଁଛନ୍ତି ।

author img

By

Published : Apr 20, 2019, 8:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅରବାଜ ଖାନ

ମୁମ୍ବାଇ: ସଲମାନ ଖାନଙ୍କ ଭାଇ, ଅଭିନେତା ଅରବାଜ ଖାନ ଦୀର୍ଘ ସମୟରୁ ବଲିଉଡ ଫିଲ୍ମ ଠାରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କ ପାଖରେ ଅନେକ କାମ ଅଛି । ଅରବାଜ ଏହି ସମୟରେ ନିଜର ପପୁଲାର ଚାର୍ଟ ଶୋ 'ପିଞ୍ଚ'କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଶୋରେ ସେଲିବ୍ରିଟି ସୋସିଆଲ ମିଡିଆରେ ଖରାପ କମେଣ୍ଟ ଉପରେ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି ।

ଏହା ବ୍ୟତୀତ ସେ 'ଅରବାଜ ପାଇଜନ' ନାମକ ଏକ ୱେବ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିସାରିଛନ୍ତି । ଏକ ସାକ୍ଷାତକାରରେ ସେ ଅଧିକ ସାଉଥ ଫିଲ୍ମ କରିବାର ଇଚ୍ଛା ପ୍ରକାଶ କରିବା ସହ କନ୍ନଡ ଫିଲ୍ମରେ ଡେବ୍ୟୁର ଖୁଲାସା ମଧ୍ୟ କରିଥିଲେ । ସାଉଥ ଫିଲ୍ମରେ ଅରଜାବ ଅନେକ ଦିନରୁ କାମ କରିବାକୁ ଉତ୍ସାହିତ ଥିଲେ । ଯାହା ଏବେ ପୂରଣ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ସେ ସାଉଥ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିବେ ।

ଫିଲ୍ମର ସୁଟିଂ ମେ ମାସରେ ଲଣ୍ଡନରେ ଆରମ୍ଭ ହେବ । ଏହା ବ୍ୟତୀତ ସେ ମାଲୟଲୟମ ଏବଂ ତାମିଲ ଫିଲ୍ମ ମଧ୍ୟ କରିବାକୁ ଚାହୁଁଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.