ETV Bharat / sitara

ଅମିତାଭଙ୍କ କାର ଆଣି ଟ୍ୟାକ୍ସ ଫାଙ୍କୁଥିଲେ ସଲମାନ !

author img

By

Published : Aug 24, 2021, 12:02 PM IST

ବିଗ ବି ଅମିତାଭ ବଚ୍ଚନଙ୍କ ଏକ ପୁରୁଣା କାର ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ । ଯାହାକୁ ସଲମାନ ଖାନ ଚଲାଉଥିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ଅମିତାଭଙ୍କ କାର ଆଣି ଟ୍ୟାକ୍ସ ଫାଙ୍କୁଥିଲେ ସଲମାନ !
ଅମିତାଭଙ୍କ କାର ଆଣି ଟ୍ୟାକ୍ସ ଫାଙ୍କୁଥିଲେ ସଲମାନ !

ବେଙ୍ଗାଲୁରୁ: କର୍ଣ୍ଣାଟକ ପରିବହନ ବିଭାଗ ସାତଟି ଦାମୀ କାର ଜବତ କରିଛି । ଯେଉଁଥିରେ ବିଗ ବି ଅମିତା ବଚ୍ଚନଙ୍କ ଏକ ପୁରୁଣା କାର ରହିଛି । ଯାହାକୁ ସଲମାନ ଖାନ ଚଲାଉଥିବା ନେଇ ଚର୍ଚ୍ଚା ହେଉଛି । ଜବତ କାରର ମାଲିକ ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗ କରିଛି ପରିବହନ ବିଭାଗ ।

ଆଜି ବେଙ୍ଗାଲୁରୁ ସହରର ୟୁବି ସିଟିରେ ରାଜ୍ୟ ପରିବହନ ବିଭାଗ ଗାଡି ଯାଞ୍ଚ କରୁଥିବା ସମୟରେ 7ଟି ମହଙ୍ଗା କାର ଜବତ କରିଥିଲା । ଏସବୁ ଗାଡିର ଉପଯୁକ୍ତ କାଗଜପତ୍ର ନଥିବା ସହ ପାଖାପାଖି ସବୁ ଗାଡିର ରୋଡ ପରମିଟ ଶେଷ ହୋଇଯାଇଥିଲା । ଜବତ ୭ଟି କାର ମଧ୍ୟରେ ୫ଟି ପୁଡୁଚେରୀର ହୋଇଥିବାବେଳେ ୨ଟି ମହାରାଷ୍ଟ୍ରର ଜଣାପଡିଥିଲା । ସେଥିରୁ ଗୋଟିଏ ଗାଡି (MH 02 BB ୨) ସଲମାନ ଖାନ ଚଳାଉଥିବା ଜଣାପଡିଛି । ତେବେ ଗାଡିଟିକୁ ବଲିଉଡ ଅଭିନେତା ସଲମାନ ଖାନ ନୁହନ୍ତି ବରଂ ବସନ୍ତନଗରର ଜଣେ ୩୫ ବର୍ଷୀୟ ଯୁବକ ସଲମାନ ଚଳାଉଥିଲେ ।

ସଲମାନ ଖାନଙ୍କ ବାପା ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ଠାରୁ ପୂର୍ବରୁ ଏହି ଗାଡି କିଣିଥିବା କହିଛନ୍ତି କର୍ଣ୍ଣାଟକ ଅତିରିକ୍ତ ପରିବହନ କମିସନର ଏଲ ନରେନ୍ଦ୍ର ହୋଲକର ।

ଏହି ଧଳା ରଙ୍କର ରୋଲସ ରୋୟସ ଫାଣ୍ଟୋମ କାର ବିଗ ବିଙ୍କୁ ୨୦୦୭ରେ 'ଏକଲବ୍ୟ' ଚଳଚ୍ଚିତ୍ରର ସଫଳତା ପାଇଁ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରା ଉପହାରରେ ଦେଇଥିଲେ । ପରେ ଏହାକୁ ଅମିତାଭ ୨୦୧୯ରେ ୟୁସୁଫ ସରିଫ ଏଲିଆସ ଡି ବାବୁଙ୍କୁ ବିକ୍ରି କରି ଦେଇଥିଲେ । ହେଲେ ବର୍ତ୍ତମାନ ମଧ୍ୟ ଏହି ଗାଡିର ମାଲିକାନା ବିଗ ବିଙ୍କ ନାମରେ ରହିଛି ।

ଡି ବାବୁ କହିଛନ୍ତି ଯେ ସିଧାସଳଖ ଅମିତାଭଙ୍କ ଠାରୁ ୬ କୋଟି ଦେଇ ଗାଡି କିଣିଥିଲେ । ମାତ୍ର ଗାଡିର କିଛି କାଗଜ ପତ୍ର ଆଣି ନଥିଲେ । କେବଳ ଗୋଟିଏ କାଗଜରେ ବିକ୍ରି କରିଥିବା ନେଇ ଅମିତାଭଙ୍କ ଦସ୍ତଖସ୍ତ ଦେଇଥିବା କହିଛନ୍ତି ଡି ବାବୁ । ଏପଟେ ଡି ବାବୁ ଗାଡିର କାଗଜପତ୍ର ଦେଖାଇଲେ ହିଁ ତାଙ୍କୁ ଗାଡି ମିଳିବ ବୋଲି କହିଛି ପରିବହନ ବିଭାଗ ।

ଗାଡିର କାଗଜପତ୍ର ଦେବା ପାଇଁ ତାଙ୍କୁ ସମୟ ଦିଆଯାଇଛି । ଯଦି ସମୟ ଭିତରେ କାଗଜପତ୍ର ନ ଦେଲେ ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିସନର ହୋଲକର ।

ବ୍ୟୁୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.