ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୟସ ବଢିବା ସହିତ ତାଙ୍କ ଚଳଚ୍ଚିତ୍ର ସଂଖ୍ୟା ମଧ୍ୟ ଅଧିକ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ରାଜଶ୍ରୀ ପ୍ରଡକ୍ସନ୍ସ ସହିତ ସୁରଜ ବଡଜାତ୍ୟା ଏକ ପାରିବାରିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ 2021ର ପ୍ରଥମ 3 ମାସ ମଧ୍ୟରେ ଆରମ୍ଭ ହୋଇପାରେ ।
ରିପୋର୍ଟ ଅନୁଯାୟୀ ଯେତେବେଳେ ଅମିତାଭଙ୍କୁ ଫିଲ୍ମର ସ୍କ୍ରିପ୍ଟ କୁହାଯାଇଥିଲା, ସେ ଏହାକୁ ପସନ୍ଦ କରିଥିଲେ ଏବଂ ସେ ଏଥିରେ ଆଗ୍ରହ ଦେଖାଇଥିଲେ ।
ସୂତ୍ରରୁ ପ୍ରକାଶ ଯେ, 2021ର ପ୍ରଥମ ତିନି ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ଏବଂ ଅମିତାଭ ଏବଂ ସୁରଜ ବଡଜାତ୍ୟାଙ୍କର ପ୍ରଥମ ପ୍ରୋଜେକ୍ଟ ହେବ ।
ଅମିତାଭ ବର୍ତ୍ତମାନ ଫିଲ୍ମ ବ୍ରହ୍ମାସ୍ତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି ।