ହାଇଦ୍ରାବାଦ: ରାମ ଚରଣ, ପ୍ରଭାସଙ୍କ ପରେ ବଲିଉଡରେ ପାଦ ଦେବେ ଆଉ ଜଣେ ତେଲୁଗୁ ସୁପରଷ୍ଟାର । ସାଉଥ ଇଣ୍ଡଷ୍ଟ୍ରିର ସଫଳ ଅଭିନେତା ଅଲୁ ଅର୍ଜୁନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏନେଇ ନିଜ ବର୍ଥ ଡେରେ ସେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି ।
ବୁଧବାର ଜନ୍ମଦିନ ଅବସରରେ ତାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ପୁଷ୍ପା’ର ଫାର୍ଷ୍ଟ ଲୁକ ରିଲିଜ ହୋଇଛି । ନିଜ ଟ୍ବିଟରରେ ସେ 2ଟି ଫଟୋ ସେୟାର କରିଛନ୍ତି । ଏଥିରେ ସେ ଏକ ଗାଉଁଲି ମଣିଷ ଭାବେ ସାଧାରଣ ପୋଷାକରେ ନଜର ଆସିଛନ୍ତି । ତାଙ୍କ ଲୁକ ଏକଦମ ସାଧା କିନ୍ତୁ ଚାହାଣି ଭୟଙ୍କର ରହିଛି । ଆଖିରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ଜଣାପଡିନାହିଁ । ଲକଡାଉନ ଯୋଗୁଁ ଏବେ ସୁଟିଂ ସ୍ଥଗିତ ରହିଛି ।
ଏହି ଫିଲ୍ମ ଦ୍ବାରା ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ହିନ୍ଦୀ ସମେତ 5ଟି ଭାଷାରେ ରିଲିଜ ହେବ । ଏଥିରେ ଫିମେଲ ଲିଡରେ ଅର୍ଜୁନ ରେଡ୍ଡୀ ଫେମ ରଶ୍ମିକା ମନ୍ଦନ୍ନା ଅଭିନୟ କରିଛନ୍ତି । ଆରୟା ଓ ଆରୟା-2 ପରେ ତୃତୀୟ ଥର ପାଇଁ ନିର୍ଦ୍ଦେଶକ ସୁକୁମାରଙ୍କ ସହ ଅଲୁ ଅର୍ଜୁନ ଏକାଠି ହୋଇଛନ୍ତି ।