ETV Bharat / sitara

ନବାଜୁଦ୍ଦୀନଙ୍କ ପରିବାରକୁ ଆଶ୍ବସ୍ତି, ଗିରଫ ଯାଚିକାରେ ଲାଗିଲା ରୋକ - ନୱାଜୁଦ୍ଦୀନଙ୍କ ଯାଚିକା ଉପରେ ଶୁଣାଣି

କିଛି ଦିନରୁ ସମସ୍ୟା ଘେରରେ ଥିବା ନୱାଜଙ୍କୁ ମିଳିଲା ଶାନ୍ତି । କାରଣ ବର୍ତ୍ତମାନ ତାଙ୍କ ବିରୋଧରେ ଦାୟର ହୋଇଥିବା ଗିରଫ ଅଭିଯୋଗକୁ ସ୍ଥଗିତ ରଖାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 26, 2020, 3:14 PM IST

ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କୁ ନେଇ ନୂଆ ଖବର । ଶୁଣିବାକୁ ମିଳୁଛି ଯେ ଆହ୍ଲାବାଦ ହାଇକୋର୍ଟ ଯୌନ ଶୋଷଣ ଅଭିଯୋଗରେ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି । ଏହି ମାମଲାର ତଦନ୍ତ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇ ବିଚାର ବିମର୍ଶରେ ସହଯୋଗ କରିବାକୁ ପରିବାରକୁ କହିଛନ୍ତି। ନୱାଜୁଦ୍ଦିନଙ୍କ ବିରୋଧରେ ସାଧାରଣ ଅଭିଯୋଗ ହେତୁ କୋର୍ଟ ପକ୍ଷରୁ ଆଶ୍ବସ୍ତି ମିଳିଛି ।

ଏହି ଆଦେଶ ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ସଞ୍ଜୟ କୁମାର ପାଚୌରୀଙ୍କ ବେଞ୍ଚରେ ଦିଆଯାଇଛି । ଗିରଫ ପାଇଁ ରହଣି ଆଦେଶ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ନୱାଜୁଦ୍ଦିନ, ତାଙ୍କ ମା' ମେହେରୁନିଶା ଏବଂ ଦୁଇ ଭାଇ ଫାୟାଜୁଦ୍ଦିନ ଓ ଆୟାଜୁଦ୍ଦିନ ମଧ୍ୟ ଅଛନ୍ତି।

ଯୌନ ଶୋଷଣର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କର ଆଉ ଜଣେ ଭାଇ ମୀନାହାଉଦ୍ଦିନଙ୍କ ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇନାହାଁନ୍ତି । ଯାହାଦ୍ବାରା ତାଙ୍କ ଯାଚିକା ଖାରଜ କରାଯାଇଛି ।

ପ୍ରକାଶ ଥାଉକି ମୁଜାଫରନଗର ବୁଧାନା ଥାନାରେ ଗତ ଜୁଲାଇ 27 ତାରିଖରେ ନୱାଜ ଓ ତାଙ୍କ ପରିବାର ବିରୋଧରେ ନାବାଳିକା ସମ୍ପର୍କୀୟକୁ ଯୌନ ଶୋଷଣ ଅଭିଯୋଗ କରି ମାମଲା ରୁଜୁ କରିଥିଲେ ପତ୍ନୀ ଆଲିୟା ସିଦ୍ଦିକୀ। ଦୀର୍ଘ ସମୟରୁ ନୱାଜ ଓ ଆଲିୟାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଦୁଇଜଣ ପରସ୍ପରକୁ ଛାଡପତ୍ର ମଧ୍ୟ ଦେବାକୁ ଯାଉଛନ୍ତି । ଏହି ବିବାଦକୁ ଦଷ୍ଟିରେ ରଖି 8 ବର୍ଷ ପୁରୁଣା ଘଟଣା ଉପରେ ଏଫଆଇଆର ରୁଜୁ କରିଥିଲେ ଆଲିୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.