ETV Bharat / sitara

କାହିଁକି ଦେଖିବେ ବିଦ୍ୟାଙ୍କ ‘ନଟଖଟ’, ପଢନ୍ତୁ - ସଟ ଫିଲ୍ମ ‘ନଟଖଟ’ ଜରିଆରେ ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିଛନ୍ତି ବିଦ୍ୟା ବାଲନ

ସଟ ଫିଲ୍ମ ‘ନଟଖଟ’ ଜରିଆରେ ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିଛନ୍ତି ବିଦ୍ୟା ବାଲନ । ମଙ୍ଗଳବାର ଅପରାହ୍ନ 4.30ରେ ୟୁଟ୍ୟୁବରେ ଦର୍ଶକ ଦେଖିବାକୁ ଯାଉଛନ୍ତି ଏହି ଫିଲ୍ମ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
author img

By

Published : Jun 1, 2020, 8:18 PM IST

ମୁମ୍ବାଇ: ଲକଡାଉନ ପାଇଁ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି । ଘରେ ପିତା-ମାତା ଏହି ସମୟରେ ନିଜ ପିଲାଙ୍କ ଶିକ୍ଷକ, ଶିକ୍ଷୟତ୍ରୀ ସାଜିଛନ୍ତି । ତେଣୁ ଏଥି ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ହେଲା ଯେ ପିଲାମାନଙ୍କୁ ପିତା-ମାତା କେଉଁ କାହାଣୀ ଶୁଣାଉଛନ୍ତି । ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ଓ ରୋନି ସ୍କ୍ରୁୱାଲଙ୍କ ସ୍ପେଶାଲ ସଟ ଫିଲ୍ମ ‘ନଟଖଟ’ ଏମିତି ଏକ ଫିଲ୍ମ । ଯାହାକୁ ପିତା-ମାତା, ଶିକ୍ଷୟ, ଶିକ୍ଷୟତ୍ରୀ ଓ ପିଲାମାନଙ୍କୁ ଦେଖିବାକୁ ଆବଶ୍ୟକ ଅଛି ।

ଫିଲ୍ମଟି ଲିଙ୍ଗଗତ ଅସମାନତା, ଦୁଷ୍କର୍ମ, ସଂସ୍କୃତି, ପାରିବାରିକ ହିଂସା ଏବଂ ଅନ୍ୟାନ୍ୟ ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପର୍ଯ୍ୟୟବେଶିତ । ଖାଲି ଏତିକି ନୁହେଁ ପିତୃପୁରୁଷ ଏବଂ ନକାରାତ୍ମକ ପୁରୁଷତ୍ବ ଭଳି କଠିନ ପ୍ରସଙ୍ଗକୁ ସମାଧାନ ମଧ୍ୟ କରୁଛି ।

ପ୍ରକାଶ ଥାଉକି ‘ନଟଖଟ’ ଜରିଆରେ ବିଦ୍ୟା ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିଛନ୍ତି । ଏହା ମହତ୍ବପୂର୍ଣ୍ଣ ଫିଲ୍ମ ହେବା ଯୋଗୁ ଏହାର ୱାର୍ଲ୍ଡ ପ୍ରିୟମିୟର ପ୍ରତିଷ୍ଠିତ ୱି ୱାନ: ଏ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ହେବାକୁ ଯାଉଛି । ଏହାର ଆୟୋଜନ ଆସନ୍ତା କାଲି(ମଙ୍ଗଳବାର) ନ୍ୟୁୟର୍କ ଟ୍ରିବେକା ଏଣ୍ଟରପ୍ରାଇଜେସ ଦ୍ବାରା ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ 4.30 ଘଟିକାରେ କରାଯିବ ।

ଦର୍ଶକ ଏହାକୁ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଦେଖିପାରିବେ । ଫିଲ୍ମ ସବୁ ମାତା-ପିତାଙ୍କ ମନ କିଣିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ମେକର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.