ହାଇଦ୍ରାବାଦ: ସ୍ବାଧିନତା ଦିବସ ଅବସରରେ ରିଲିଜ ହେଇଛି ଦୁଇ ଦୁଇଟି ଦେଶାତ୍ମକବୋଧକ ସିନେମା । ଅକ୍ଷୟ କୁମାରଙ୍କ ‘ମିଶନମଙ୍ଗଲ’ସହ ଜନ୍ ଆବ୍ରାହମଙ୍କ ‘ବାଟଲାହାଉସ’ ବକ୍ସ ଅଫିସରେ ଦେଇଛି ବରାବର ଟକ୍କର ।
ଆଡଭାନ୍ସ ବୁକିଂ ଅନୁସାରେ ଦୁଇଟି ଯାକ ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ମିଶନମଙ୍ଗଲ ଅପେକ୍ଷା ବାଟଲାହାଉସର ବ୍ୟବସାୟ କମ୍ ରହିଛି । ରିପୋର୍ଟ ଅନୁସାରେ, ପ୍ରଥମ ଦିନରେ ମିଶନମଙ୍ଗଲ 30 କୋଟି ବ୍ୟବସାୟ କରିପାରେ । ଫିଲ୍ମରେ ଅକ୍ଷୟଙ୍କ ସହ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତ୍ତୀ କୁଲହରୀ ଓ ନିତ୍ୟା ମେନନଙ୍କୁ ଦେଖିବାକୁ ମିଳିବ ।
ଅନ୍ୟପକ୍ଷେ ‘ବାଟଲାହାଉସ’ରେ ଜନ୍ଙ୍କ ସହ ମୃଣାଳ ଠାକୁର ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନୀ ।