ETV Bharat / sitara

କେନ୍ଦ୍ରମନ୍ତ୍ରୀ କିରନ ରିଜ୍ଜୁଙ୍କୁ ଧନ୍ୟବାଦ ଜଣାଇଲେ ଖିଲାଡୀ - controversy

ଅକ୍ଷୟ କୁମାରଙ୍କ ସମର୍ଥନରେ କେନ୍ଦ୍ରମନ୍ତ୍ରୀ କିରନ ରିଜ୍ଜୁ । ଏହି ଅବସରରେ କିରନଙ୍କୁ ଧନ୍ୟବାଦ ଜଣାଇଲେ ଅକ୍କି ।

ଡିଜାଇନ ଫଟୋ
author img

By

Published : May 10, 2019, 5:00 AM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର କିଛି ଦିନ ହେବ ନିଜ ନାଗରିକତାକୁ ନେଇ ସମସ୍ୟା ଘେରରେ ଆସିଯାଇଛନ୍ତି । ସବୁଆଡେ ତାଙ୍କ ନାଗରିକତାର ଖୁବ୍ ଚର୍ଚ୍ଚା ଚାଲିଛି । ସେ ଭାରତର ନାଗରିକ ନୁହେଁ କାନାଡାର ବୋଲି କହିଥିଲେ ଏକ ସାକ୍ଷାତକାରରେ । ଯାହାପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉପୁଜିବାରେ ଲାଗିଛି । ଇତିମଧ୍ୟରେ ତାଙ୍କୁ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜ୍ଜୁ । ଅକ୍ଷୟ ମଧ୍ୟ ପ୍ରତିବଦଳରେ କିରନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡଆ/ଟ୍ବିଟର@ଅକ୍ଷୟ କୁମାର

କିରନ ଏହା କହି ଅକ୍ଷୟଙ୍କ ସମର୍ଥନ କରିଛନ୍ତି କି ତାଙ୍କ ଦେଶଭକ୍ତି ଉପରେ କୌଣସି ସନ୍ଦେହ ନାହିଁ । ଏହାସହ ସେ ଅକ୍ଷୟ 'ଭାରତ କେ ଭୀର’ ଅଭିଯାନର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଜଣାଇ ଦେଉଛୁ ଯେ ଅକ୍ଷୟଙ୍କ ଏହି ଅଭିଯାନ ଦ୍ବାରା ଜମା ରାଶି ଆତଙ୍କବାଦୀ ବିରୋଧରେ ଶହୀଦ ହୋଇଥିବା ସେନାଙ୍କ ପରିବାରକୁ ସହାୟତା କରାଯାଇଛି ।

ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ମଙ୍ଗଳବାର ଟ୍ବିଟ ଜରିଆରେ ଅକ୍ଷୟ ତାଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ମାନ କରୁଥିବାରୁ ନଜର ଆସୁଛନ୍ତି । ସେ ଲେଖିଛନ୍ତି, "ବିଳମ୍ବରେ ଧନ୍ୟବାଦ ଜଣାଇବାରୁ କ୍ଷମା କରିଦେବେ । ମୁଁ ଆପଣଙ୍କ ଶବ୍ଦର ସମ୍ମାନ କରୁଛି ।"

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.