ETV Bharat / sitara

100 କୋଟି ମୁହାଁ ଗୁଡନ୍ୟୁଜ

ବର୍ଷ ଆରମ୍ଭରୁ ଦର୍ଶକଙ୍କୁ ଆଉ ଏକ ହିଟ୍ ଫିଲ୍ମ ଦେଇଛନ୍ତି ଖିଲାଡି ଅକ୍ଷୟ କୁମାର । ଗତ ଶୁକ୍ରବାର ରିଲିଜ ହୋଇଥିବା ‘ଗୁଡନ୍ୟୁଜ’ ଫିଲ୍ମ ବର୍ତ୍ତମାନ ବକ୍ସ ଅଫିସରେ ଶାନଦାର ବ୍ୟବସାୟ କରିବାରେ ବ୍ୟସ୍ତ ।

author img

By

Published : Jan 1, 2020, 1:32 PM IST

good newwz box office collection
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାର ଫିଲ୍ମ ‘ଗୁଡନ୍ୟୁଜ’ ଗତ ଶୁକ୍ରବାର ରିଲିଜ ହୋଇଥିଲା । ଏଯାବତ ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି । ଏହାସହ କଲେକ୍ସନ ମାମଲାରେ ମଧ୍ୟ ଫିଲ୍ମ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ମୁଖ୍ୟତଃ ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ କଲେକ୍ସନକୁ ଡାଉନ କରିଦେଇଛି ଫିଲ୍ମ । ଅକ୍ଷୟଙ୍କ ସହ ଫିଲ୍ମରେ ଦମଦାର କମେଡି ଅଭିନୟ କରିଛନ୍ତି କରୀନା କପୁର ଖାନ, ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ । ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିବା ଫିଲ୍ମ ‘ଗୁଡନ୍ୟୁଜ’ ପଞ୍ଚମ ଦିନରେ ଆସି ପହଞ୍ଚିଛି ।

ବର୍ତ୍ତମାନ ଏହି ଫିଲ୍ମ ବଡ ଟେଷ୍ଟ ପାସ୍ କରିନେଇଛି । ନୂଆ ବର୍ଷର ଫାଇଦା ଉଠାଇ ନେଇଛି ଫିଲ୍ମ । ବକ୍ସ ଅଫିସ ଇଣ୍ଡିଆ ଅନୁଯାୟୀ ‘ଗୁଡନ୍ୟୁଜ’ ପଞ୍ଚମ ଦିନରେ 16 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏଯାବତ ଫିଲ୍ମଟି ପାଖାପାଖି 94 କୋଟି ଆୟ କରିସାରିଲାଣି । ବର୍ତ୍ତମାନ ଆଶା କରାଯାଉଛି ଯେ ଫିଲ୍ମଟି ରିଲିଜର ପ୍ରଥମ ସପ୍ତାହରେ 115 କୋଟି ଆୟ କରିନେବ । ଫିଲ୍ମର ବଢୁଥିବାର କଲେକ୍ସନ ଦେଖି ଏପରି ଅନ୍ଦାଜ ଲଗାଇଛନ୍ତି କ୍ରିଟିକ୍ସ । ତେବେ ଦେଖିବାକୁ ଗଲେ ନୂଆ ବର୍ଷ ଗୁଡନ୍ୟୁଜ ପାଇଁ ଖାସ୍ ସାବ୍ୟସ୍ତ ହୋଇଛି ।

ପ୍ରକାଶ ଥାଉକି ‘ଗୁଡନ୍ୟୁଜ’ର ଆଉ ମାତ୍ର ତିନି ଦିନର କଲେକ୍ସନ ବାକି ଅଛି । ଯାହା ଫିଲ୍ମକୁ 100 କୋଟି କ୍ଲବରେ ସାମିଲ କରାଇବ । ଚଳିତ ବର୍ଷ ଅକ୍ଷୟ ଫିଲ୍ମ ‘କେସରୀ’ ଜରିଆରେ ବକ୍ସ ଅଫିସରେ ହିଟ ଆରମ୍ଭ କରିଥିଲେ । ଏହାପରେ ତାଙ୍କ ‘ମିଶନ ମଙ୍ଗଲ’ ଓ ‘ହାଉସଫୁଲ 4’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । ଆଉ 2020 ମଧ୍ୟ ସେ ‘ଗୁଡନ୍ୟୁଜ’ ଫିଲ୍ମ ଜରିଆରୁ ଆରମ୍ଭ କରିଛନ୍ତି । ଏବେ ଦେଖିବା ବାକି ରହିଲା କି ଆଗାମୀ ଭବିଷ୍ୟତରେ ସେ ଆଉ କେଉଁ କେଉଁ ଦମଦାର କାହାଣୀ ନେଇ ପରଦାରେ ନଜର ଆସିବେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.