ETV Bharat / sitara

ଫିଲ୍ମ 'ମଇଦାନ'ର ଘୁଞ୍ଚିଲା ରିଲିଜ ଡେଟ୍ - ଫିଲ୍ମ ମଇଦାନର ଘୁଞ୍ଚିଲା ରିଲିଜ ଡେଟ୍

ବଲିଉଡ ତାରକା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ମଇଦାନର ଘୁଞ୍ଚିଲା ରିଲିଜ ତାରିଖ । ଅଗଷ୍ଟ 13, 2021 ରେ ମୁକ୍ତିଲାଭ କରିବା ପାଇଁ ଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ ଅକ୍ଟୋବର 15, 2021ରେ ବଡ ପରଦାରେ ଆସିବ । ଅଧିକ ପଢନ୍ତୁ...

Ajay Devgan's Maidaan delayed again
ଫିଲ୍ମ ମଇଦାନର ଘୁଞ୍ଚିଲା ରିଲିଜ ଡେଟ୍
author img

By

Published : Dec 12, 2020, 10:36 PM IST

ହାଇଦ୍ରାବାଦ: ବଲିଉଡ ତାରକା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ମଇଦାନର ଘୁଞ୍ଚିଲା ରିଲିଜ ତାରିଖ । ଅଗଷ୍ଟ 13, 2021 ରେ ମୁକ୍ତିଲାଭ କରିବା ପାଇଁ ଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ ଅକ୍ଟୋବର 15, 2021ରେ ବଡ ପରଦାରେ ଆସିବ ।

ଶନିବାର ଅଭିନେତା-ନିର୍ଦ୍ଦେଶକ ଅଜୟ ଦେବଗନ୍ ଘୋଷଣା କରିଛନ୍ତି ଯେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ମଇଦାନ 2021 ମସିହା ଅକ୍ଟୋବର 15ରେ ଦଶହରା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ମଇଦାନ “ଗୋଲଡେନ ଇୟର ଅଫ ଇଣ୍ତିୟାନ ଫୁଟବଲ” ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଚରିତ୍ର କିମ୍ବଦନ୍ତୀ କୋଚ ସେୟଦ ଅବଦୁଲ ରହୀମଙ୍କ ଉପରେ ଆଧାରିତ ବୋଲି କୁହାଯାଉଛି, ଯିଏକି ଭାରତୀୟ ଫୁଟବଲର ପ୍ରତିଷ୍ଠାତା ପିତା ଭାବରେ ବିବେଚିତ ।

ରହୀମ 1950ରୁ 1963 ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଫୁଟବଲ ଦଳର ପରିଚାଳକ ଥିଲେ । ତାଙ୍କୁ ଆଧୁନିକ ଭାରତୀୟ ଫୁଟବଲର ପିତା ଭାବରେ ବିବେଚନା କରାଯାଏ।

ନୂତନ ରିଲିଜ୍ ତାରିଖ ଘୋଷଣା କରି ଅଜୟ ଟ୍ବିଟ୍ କରି କହିଛନ୍ତି, ବର୍ତ୍ତମାନ ଫିଲ୍ମ ମଇଦାନ ଦଶହରା ଅବସରରେ 2021 ରେ ପ୍ରେକ୍ଷାଳୟରେ ସାରା ବିଶ୍ବରେ ମୁକ୍ତିଲାଭ କରିବ। ଶୁଟ୍ ଜାନୁଆରୀ 2021ରୁ ଆରମ୍ଭ ହେବ ।

ଏହି ବର୍ଷ ଆରମ୍ଭରେ କୋରୋନା ମହାମାରୀ ପାଇଁ ଫିଲ୍ମର ସୁଟିଂ ଅଟକି ଯାଇଥିଲା ।

ପ୍ରକାଶ ଥାଉ ଯେ, ବଧାଇ ହୋ ଫେମ ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରିୟମଣି, ଗଜରାଜ ରାଓ ଏବଂ ରୁଦ୍ରାନିଲ ଘୋଷ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.