ETV Bharat / sitara

ବିବାଦୀୟ ଟ୍ବିଟ କରି ଫସିଲେ ହାସ୍ୟ ଅଭିନେତା କୁନାଲ

author img

By

Published : Nov 12, 2020, 7:57 PM IST

ବିବାଦୀୟ ଟ୍ବିଟ କରି ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ହାସ୍ୟ ଅଭିନେତା କୁନାଲ କାମରା । ଅଧିକ ପଢନ୍ତୁ...

ag-venu-gopal-write-letter-on-comedian-kunal-kamra-tweets
ବିବାଦୀୟ ଟ୍ବିଟ କରି ଫସିଲେ ହାସ୍ୟ ଅଭିନେତା କୁନାଲ

ନୂଆଦିଲ୍ଲୀ: ବିବାଦୀୟ ଟ୍ବିଟ କରି ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ହାସ୍ୟ ଅଭିନେତା କୁନାଲ କାମରା । ଦେଶର ଆଟର୍ଣ୍ଣି ଜେନେରାଲ ବେଣୁଗୋପାଲ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଚିଠି ଲେଖିଛନ୍ତି ।

ବେଣୁଗୋପାଲ ଲେଖିଛନ୍ତି ଯେ, ବାକ୍ ସ୍ବାଧୀନତା ( ଫିଡମ ଅଫ ସ୍ଲିଚ )ର ଅର୍ଥ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସମ୍ମାନକୁ କ୍ଷତି ପହଞ୍ଚାଇବା ନୁହେଁ । ଲୋକମାନେ ଭାବୁଛନ୍ତି ଯେ ସେମାନେ କୋର୍ଟ ବିଷୟରେ କିଛି ବି କହିପାରିବେ । ମୁଁ ଟ୍ବିଟ୍ ଦେଖିଲି । ଅପରାଧିକ ଅବମାନନା ମାମଲା ରୁଜୁ ହୋଇଛି ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ଜେଲରୁ ରିହାତି ପାଇବା ମାମଲାରେ ଆଡଭୋକେଟ୍ ରିଜୱାନ୍ ସିଦ୍ଦିକି ଦେଶର ଆଟର୍ଣ୍ଣି ଜେନେରାଲ୍ଙ୍କୁ ଚିଠି ଲେଖି କୋର୍ଟର ଅବମାନନା ପାଇଁ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା କୁନାଲଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କହିଛନ୍ତି ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ପରେ କୁନାଲ ଟ୍ବିଟ୍ କରି କହିଛନ୍ତି ଯେ, ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ବେଗରେ ପରିଚାଳିତ କରୁଛି । ଏବେ ସମୟ ଆସିଛି ଯେ, ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ହାରିଶ ସାଲଭେଙ୍କ ଫଟୋ ଲଗାଯାଉ ।

ଏହି ବକ୍ତବ୍ୟରେ ବାକ୍ ସ୍ୱାଧୀନତା( ଫିଡମ ଅଫ ସ୍ଲିଚ ) ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । ସମସ୍ତଙ୍କୁ କହିବାର ଅଧିକାର ଅଛି, କିନ୍ତୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଅବମାନନା କରିବା ଠିକ୍ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.