ETV Bharat / sitara

ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି ସୌମିତ୍ର ଚାଟାର୍ଜୀ

ପ୍ରଥମ ଡାଏଲିସିସ୍ ଅଧିବେଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ସୌମିତ୍ର । ଅଧିକ ପଢନ୍ତୁ...

author img

By

Published : Oct 29, 2020, 4:03 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କୋଲକାତା: ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡିବାରୁ ତାଙ୍କୁ ନିକଟରେ ମିଣ୍ଟୋ ପାର୍କର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବୃକକ କାମ କରୁ ନଥିବାରୁ ନେଫ୍ରୋଲୋଜିଷ୍ଟଙ୍କ ଟିମ ଦୁଇ କିମ୍ବା ତିନୋଟି ଏପିସୋଡ ଡାଏଲିସିସ କରିବାକୁ ବୁଧବାର ନିଷ୍ପତ୍ତି ନେଇଥିଲେ। ପ୍ରଥମ ଡାଏଲିସିସ ପରେ ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ସୌମିତ୍ରଙ୍କ ହେଲ୍ଥ୍ ଅବସ୍ଥା ବିଷୟରେ ଡାକ୍ତର ଅରିନ୍ଦମ୍ କର କହିଛନ୍ତି, ‘ସୌମିତ୍ର ଗତ ଚାରି ଦିନ ଧରି ସ୍ଥିର ରହିଛନ୍ତି । ତାଙ୍କର ରକ୍ତଚାପ ଠିକ ଅଛି । ଅମ୍ଳଜାନ ସାଚୁରେସନ 95 ରୁ 100 ପ୍ରତିଶତ ଅଛି। ତାଙ୍କୁ ଭେଣ୍ଟିଲେସନ୍ ସପୋର୍ଟରେ ରଖାଯାଇଛି। ତାଙ୍କୁ 40 ରୁ 50 ପ୍ରତିଶତ ଅମ୍ଳଜାନ ଦିଆଯାଉଛି । ପ୍ରଥମ ଡାଏଲିସିସ୍ ଅଧିବେଶନ ସମାପ୍ତ ହୋଇଛି । ପରିସ୍ରା ପରିମାଣ ଠିକ ଅଛି । ଡାଏଲିସିସ୍ ପରେ ୟୁରିଆ ଏବଂ କ୍ରିଏଟିନାଇନ୍ ଭଲ ଅଛିନ । ଆଜି ଆମେ ପୁଣିଥରେ ତାଙ୍କର ଡାଏଲିସିସ୍ କରିବୁ । ସମୁଦାୟ ତିନୋଟି ଡାଏଲିସିସ୍ ହେବ ବୋଲି ସେ କହିଛନ୍ତି ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.