ETV Bharat / sitara

ଆୟୁଷ୍ମାନଙ୍କ ଡାକ୍ତରାଣୀ ସାଜିବେ ରକୁଲ - ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ

ଅଭିନେତ୍ରୀ ରକୁଲଙ୍କୁ ନେଇ ନୂଆ ଚର୍ଚ୍ଚା । ଜଙ୍ଗଲ ପିକ୍ଚର୍ସର ଆଗାମୀ ଫିଲ୍ମରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 1, 2021, 12:36 PM IST

ମୁମ୍ବାଇ: ଗତ ବର୍ଷ ପପୁଲାର ପ୍ରଡକ୍ସନ ହାଉସ ଜଙ୍ଗଲ ପିକ୍ଚର୍ସ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନିଜର ଦ୍ବିତୀୟ ଫିଲ୍ମ ଘୋଷଣା କରିଥିଲା । ଯାହାର ଟାଇଟେଲ ରଖାଯାଇଛି ‘ଡକ୍ଟର ଜି’ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶିକା ଅନୁଭୂତି କଶ୍ୟପ। ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଆୟୁଷ୍ମାନଙ୍କ ସହ ଏଥର ପରଦାରେ ରୋମାନ୍ସ କରିବେ ରକୁଲ ପ୍ରୀତ ସିଂ । ପ୍ରଥମଥର ଏହି ଯୋଡି ଏକାଠି କାମ କରିବାକୁ ନେଇ ଏକ୍ସାଇଟେଡ ଅଛନ୍ତି । ରକୁଲଙ୍କ ପୂର୍ବରୁ ଏହି ଫିଲ୍ମରେ ମୃଣାଳ ଠାକୁରଙ୍କୁ ସାଇନ କରାଇଥିଲେ ମେକର୍ସ । ହେଲେ ସେ ଏହି ସମୟରେ ବ୍ୟସ୍ତ ଥିବାରୁ ଫିଲ୍ମ କରିବାକୁ ମନା କରିଦେଇଥିଲେ ।

ଫିଲ୍ମରେ ଡାକ୍ତରାଣୀ ଫାତିମା ଭୂମିକାରେ ଅଭିନୟ କରିବେ ରକୁଲ । ସେପଟେ ଆୟୁଷ୍ମାନ ଡାକ୍ତର ଉଦୟ ଗୁପ୍ତା ଭୂମିକାରେ ଦେଖାଯିବେ । ଫିଲ୍ମରେ ସାମିଲ ହେବା ଅବସରରେ ରକୁଲ କହିଛନ୍ତି, ‘ଡକ୍ଟର ଜିର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟଧିକ ଉତ୍ସାହିତ । ମୋ କୋ-ଷ୍ଟାର ଆୟୁଷ୍ମାନ ଠାରୁ ଆରମ୍ଭ କରି ଏହି ଫିଲ୍ମରେ ସବୁ କିଛି ମୋ ପାଇଁ ନୂଆ । ଆମକୁ ଏକାଠି କରିଥିବାରୁ ମୁଁ ଜଙ୍ଗଲି ପିକ୍ଚର୍ସ ଏବଂ ନିର୍ଦ୍ଦେଶିକା ଅନୁଭୂତି କାଶ୍ୟପଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସ୍କ୍ରିପ୍ଟ ପଢିବା ଦିନଠୁ ମୋ ଏଥିରେ କାମ କରିବାକୁ ନେଇ ଉତ୍ସାହିତ ।’

ପ୍ରକାଶ ଥାଉକି ଏହା ବ୍ୟତୀତ ରକୁଲ ଆଉ ଏକ ବିଗ୍ ବଜେଟ ଫିଲ୍ମରେ ନଜର ଆସିବେ । ସେ ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ଫିଲ୍ମ ‘ମେ ଡେ’ରେ ମଧ୍ୟ ଦେଖାଯିବେ । ସେହିପରି ଏହି ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି । ପ୍ରଥମଥର ଅମିତାଭଙ୍କୁ ନିର୍ଦ୍ଦେଶନା ଦେବାକୁ ନେଇ ଉତ୍ସାହିତ ଅଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.