ମୁମ୍ବାଇ: ବି-ଟାଉନର ବେବୋ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂ ନିକଟରେ ଶେଷ କରିଛନ୍ତି । ଏହାସହ ସେ ନିଜ ଗର୍ଭବତୀ କଥାକୁ ନେଇ ମଧ୍ୟ ଚର୍ଚ୍ଚାରେ। ହେଲେ ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଗୁଣଗାନ କରୁଥିବାର ନଜର ଆସୁଛନ୍ତି ସେ। ନିକଟରେ ସେ କହିଥିଲେ ଯେ ବଲିଉଡରେ 100 ସୁପରଷ୍ଟାର ଥାଇ ପାରନ୍ତି, ହେଲେ ସୈଫଙ୍କ ଭଳି କେହି ନୁହେଁ । ଏହି କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଥିଲେ ।
ଆଉ କହିଥିଲେ, ‘ସୈଫ ବ୍ରେଭ ଆକ୍ଟର । ଅନେକ ସୁପରଷ୍ଟାର ଥିବେ କିନ୍ତୁ ସୈଫ ପରି କେହି ନୁହଁନ୍ତି । ସେ ସବୁବେଳେ ଭିନ୍ନ ଚିନ୍ତା କରନ୍ତି । ତାଙ୍କ ଭାବନା ମଧ୍ୟ ସମସ୍ତଙ୍କ ଠୁ ଅଲଗା । କମର୍ସିଆଲ ଫିଲ୍ମରେ 25 ବର୍ଷ କାମ କରିବା ପରେ ସୈଫ ସାକ୍ରେଡ ଗେମ୍ସ ଭଳି ସିରିଜରେ କାମ କରିଥିଲେ । ଯାହା ନୂଆ ଟ୍ରେଣ୍ଡ ଆରମ୍ଭ କରିବା ସହ ଭାରତକୁ ଗ୍ଲୋବଲ ପ୍ଲାଟଫର୍ମରେ ମଧ୍ୟ ପହଞ୍ଚାଇଛି ।’
ପ୍ରକାଶ ଥାଉକି ଗତ 16 ତାରିଖରେ ସୈଫ ଓ କରୀନା ନିଜ ଅଷ୍ଟମ ବିବାହ ବାର୍ଷିକୀ ପାଳିଥିଲେ । ଏହି ଯୋଡି 2012 ଅକ୍ଟୋବର 16ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।