ETV Bharat / sitara

ପାସପୋର୍ଟ ନବୀକରଣ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ କଙ୍ଗନା - ପାସପୋର୍ଟ ବିଭାଗ ନ୍ୟୁଜ

ପୁଣି ଥରେ ହାଇକୋର୍ଟରେ ନଜର ଆସିଲେ କଙ୍ଗନା । ଏଥର ସେ ନିଜ ପାସପୋର୍ଟ ନବୀକରଣ ପାଇଁ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 15, 2021, 10:47 AM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ସୋମବାର ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତାଙ୍କ ପାସପୋର୍ଟ ନବୀକରଣ ପାଇଁ ଆଞ୍ଚଳିକ ପାସପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟକୁ ନିର୍ଦ୍ଦେଶ ମାଗିଛନ୍ତି ସେ । ତାଙ୍କ ଆଡଭୋକେଟ୍ ରିଜୱାନ୍ ସିଦ୍ଦିକଙ୍କ ମାଧ୍ୟମରେ ଦାଖଲ ହୋଇଥିବା ତାଙ୍କ ପିଟିସନରେ ରଣାୱତ କହିଛନ୍ତି ଯେ ଏହି ନବୀକରଣକୁ ମୁମ୍ବାଇର ସ୍ଥାନୀୟ ପାସପୋର୍ଟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଥିଲେ ।

ସେହିପରି ଏବେ ନିଜର ଏକ ଫିଲ୍ମ ପାଇଁ କଙ୍ଗନାଙ୍କୁ ବୁଦ୍ଧାପେଷ୍ଟ ଯିବାର ଅଛି । ଏଥିପାଇଁ ତାଙ୍କୁ ଆବଶ୍ୟକ ଅଛି ପାସପୋର୍ଟ । ହେଲେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପାସପୋର୍ଟ ବିଭାଗ ତାଙ୍କ ପାସପୋର୍ଟ ନବୀକରଣ କରିବାରେ ଆପତ୍ତି ପ୍ରକାଶ କରିଛନ୍ତି । ଯାହା ପାଇଁ ସେ ଯାଚିକା ଦାଖଲ କରିଛନ୍ତି ।

ପ୍ରକାଶ ଥାଉକି ତାଙ୍କ ଉପରେ ଦେଶଦ୍ରୋହ ବିବାଦୀୟ ବୟାନ ଅଭିଯୋଗରେ ବାନ୍ଦ୍ରା ପୋଲିସ ଦ୍ବାରା ତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ସେ ଟ୍ବିଟରରେ ଅନେକ ବିବାଦୀୟ ବୟାନ ଦେଇଥିଲେ । ଯାହାପାଇଁ ପାସପୋର୍ଟ ବିଭାଗ ତାଙ୍କ ପାସପୋର୍ଟ ନବୀକରଣ କରିବାକୁ ମନା କରିଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.