ETV Bharat / sitara

ବିଏମସି କାର୍ଯ୍ୟରେ ମୋର କୌଣସି ହାତ ନାହିଁ: ସଞ୍ଜୟ ରାଉତ

author img

By

Published : Sep 10, 2020, 1:04 PM IST

ଏକ ସାକ୍ଷାତକାରରେ କଙ୍ଗନାଙ୍କ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସଞ୍ଜୟ । ଦୁଇଜଣଙ୍କ ବିବାଦ ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି । କଙ୍ଗନା ମୁମ୍ବାଇରେ ପହଞ୍ଚିବା ପରେ ଲଗାତାର ଟ୍ବିଟ କରି ସମସ୍ତଙ୍କୁ କଡା ଜବାବ ଦେଉଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅନେକ ବାଦବିବାଦ ପରେ ବୁଧବାର ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରଣାୱତ । ମଙ୍ଗଳବାର କଡା ସୁରକ୍ଷା ସହ ସେ ମନାଲିରୁ ମୁମ୍ବାଇ ପାଇଁ ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ମଣ୍ଡି ଯାତ୍ରା କରି ମାତା-ପିତାଙ୍କଠୁ ଆଶୀର୍ବାଦ ନେଇଥିଲେ । ତାହାପରେ ଚଣ୍ଡିଗଡରୁ ମୁମ୍ବାଇ ପାଇଁ ଯାତ୍ରା କରିଥିଲେ । ହେଲେ ଶିବସେନା ନେତା ସଞ୍ଜୟ ବୁଧବାର ତାଙ୍କ ବିଷୟରେ କୌଣସି ମନ୍ତବ୍ୟ ନଦେଇ ଚର୍ଚ୍ଚାରେ ଥିଲେ । ଆଉ ଗୁରୁବାର ସେ କଙ୍ଗନାଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ କେବେ ମଧ୍ୟ କଙ୍ଗନାଙ୍କୁ ଧମକାଇ ନାହିଁ । ମୁଁ କେବଳ ମୋ କ୍ରୋଧ ତାଙ୍କ ପିଓକେ ବୟାନ ଉପରେ ଦେଇଥିଲି । ବିଏମସି ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଥିଲା, ସେଥିରେ ମୋର କୌଣସି ହାତ ନାହିଁ । ଏହି ବିବାଦ ବର୍ତ୍ତମାନ ମୋ ପାଇଁ ଶେଷ ହୋଇଯାଇଛି । କଙ୍ଗନାଙ୍କୁ ମୁଁ ମୁମ୍ବାଇରେ ରହିବାକୁ ସ୍ବାଗତ ଜଣାଉଛି ।’

ପ୍ରକାଶ ଥାଉକି ବୁଧବାର କଙ୍ଗନାଙ୍କ ଆବେଦନ ଶୁଣାଣିରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟ ଉପରେ ରୋକ ଲଗାଇଥିଲେ । ଯାହାପରେ କଙ୍ଗନାଙ୍କୁ ଆଶ୍ବସ୍ତି ମିଳିଥିଲା । ସେପଟେ କଙ୍ଗନା ମୁମ୍ବାଇରେ ପହଞ୍ଚିବା ପରେ ଟ୍ବିଟରରେ ଏକ ଭିଟିଓ ସେୟାର କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ପ୍ରତିକ୍ରିୟା ଦେଇଥିଲେ । ଆଉ କହିଥିଲେ, ‘ଆଜି ତୁମେ ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.