ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଦୀପିକାଙ୍କ ଏକ୍ସ ମ୍ୟାନେଜରଙ୍କ ଜାମିନ ଶୁଣାଣି ସ୍ଥଗିତ

author img

By

Published : Nov 9, 2020, 9:57 AM IST

Updated : Nov 9, 2020, 10:03 AM IST

ମଙ୍ଗଳବାର ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଶନିବାର ଏହାକୁ ସ୍ଥଗିତ ରଖିଥିଲେ ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲା ଅଭିଯୋଗରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଜାମିନ ଆବେଦନ ସ୍ଥଗିତ ରଖାଯାଇଛି । ଶନିବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଶୁଣାଣି ଆସନ୍ତା 10 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ସେହିପରି ସ୍ବତନ୍ତ୍ର ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ କୋର୍ଟ ମଧ୍ୟ ଏହି ମାମଲାରେ କରିସ୍ମାଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ରିଲିଫକୁ ବଢାଇ ଦେଇଛନ୍ତି । ଏହାସହ ଯାଞ୍ଚ ସଂସ୍ଥା ଯେବେ ମଧ୍ୟ ପଚରାଉଚରା ପାଇଁ ଡାକିବେ ତାଙ୍କୁ ସହଯୋଗ କରିବାକୁ ଆଦେଶ ମିଳିଛି ।

ନିକଟରେ ଏନସିବି ଦ୍ବାରା ଦୁଇଥର କରିସ୍ମାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରାଯାଇଥିଲା । ପ୍ରଥମ ବୟାନ ରେକର୍ଡ ହେବା ପରେ ଶୁଣିବାକୁ ମିଳୁଥିଲା ଯେ ସେ ଫେରାରା ହୋଇଯାଉଛନ୍ତି । ହେଲେ ଦ୍ବିତୀୟଥର ଏନିସିବି ଅଫିସରେ ସେ ବୟାନ ଦେବାକୁ ପହଞ୍ଚିଥିଲେ । ଗିରଫଦାରୀକୁ ଭୟ କରି ସେ ପରେ ଏକ ଜାମିନ ଆବେଦନ ସହିତ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ପ୍ରକାଶ ଥାଉକି ଏନସିବି ଚଢାଉ ବେଳେ କରିସ୍ମାଙ୍କ ଘରୁ 1.8 ଗ୍ରାମ ଓଜନର ହାଶିଶ(ଏକ ପ୍ରକାର ଡ୍ରଗ) ଉଦ୍ଧାର କରାଯାଇଥିଲା । ସେହିପରି ଏହି ମାମଲାରେ ଏଯାବତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ ହୋଇସାରିଲାଣି । ଏହି କ୍ରମରେ ସାମିଲ ଅଛନ୍ତି ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଭଳି ଅଭିନେତ୍ରୀ ।

Last Updated : Nov 9, 2020, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.