ETV Bharat / sitara

ଚିତ୍ରାଂଶି ପିନ୍ଧିଲେ ଫଟା ଜିନ୍ସ, ଟ୍ରୋଲ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - ସୋସିଆଲ ମିଡିଆରେ ଗୁଜବ

ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଚିତ୍ରାଂଶି ରାୱତ । ସୋସିଆଲ ମିଡିଆରେ ରିପଡ୍ ଜିନ୍ସ ବିବାଦକୁ ନେଇ ଟ୍ରୋଲ ହୋଉଛନ୍ତି। ବାସ୍ତବରେ, ଚିତ୍ରାଂଶିଙ୍କ ପିତାଙ୍କ ନାମ ମଧ୍ୟ ତୀରଥ ସିଂହ ରାୱତଙ୍କ ଯୋଗୁଁ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଉଛି । ଅଧିକ ପଢନ୍ତୁ...

actress-chitranshi-rawat-trolls-on-social-media-due-to-cm-trivendra-singh-rawat-jeans-controversy
ସୋସିଆଲ ମିଡିଆରେ ଗୁଜବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଝିଅ ଚିତ୍ରାଂଶି !
author img

By

Published : Mar 20, 2021, 9:17 PM IST

ଡେରାଡୁନ୍ : ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଚିତ୍ରାଂଶି ରାୱତ । 'ଚକ ଦେ ଇଣ୍ଡିଆ' ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ କରି ବଲିଉଡରେ ଏକ ଏଣ୍ଟ୍ରି କରିଥିବା ଡେରାଡୁନ୍ ନିବାସୀ ଅଭିନେତ୍ରୀ ଚିତ୍ରାଂଶି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ହେଉଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ।

actress-chitranshi-rawat-trolls-on-social-media-due-to-cm-trivendra-singh-rawat-jeans-controversy
ସୋସିଆଲ ମିଡିଆରେ ଗୁଜବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଝିଅ ଚିତ୍ରାଂଶି !

ବାସ୍ତବରେ, ଚିତ୍ରାଂଶିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଚିରାଫଟା ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି । ଚିତ୍ରାଂଶିଙ୍କ ପିତାଙ୍କ ନାମ ମଧ୍ୟ ତୀରଥ ସିଂହ ରାୱତ । ଯାହାକୁ ନେଇ ୟୁଜର୍ସ ଭାବୁଛନ୍ତି ଯେ, ଯେ ଚିତ୍ରାଂଶି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥଙ୍କ ଝିଅ ।

ନିକଟରେ ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ନିଜ ବୟାନକୁ ନେଇ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ । ସେ ମହିଳାଙ୍କ ପୋଷାକ ଫଟା ଜିନ୍ସ ଉପରେ ବୟାନ ଦେଇ ଚର୍ଚ୍ଚାରେ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ସାମ୍ନା କରିବାକୁ ପଡୁଛି ।

କେବଳ ସାଧାରଣ ଲୋକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ରାୱତଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କେହି କେହି ତାଙ୍କୁ ପୋଷାକ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜର ମାନସିକତା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଡେରାଡୁନରେ ଆୟୋଜିତ ହୋଇଥିବା ଏକ ସମାରୋହରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କହିଥିଲେ ଫଟା ଜିନ୍ସ ଆମ ସମାଜର ସଂସ୍କାର ନଷ୍ଟ କରୁଛି ।

ପ୍ରକାଶ ଥାଉ ଯେ, ଟ୍ରୋଲ ହେବା ପରେ ଏବେ ଚିତ୍ରାଂଶି ତାଙ୍କ ମନ୍ତବ୍ୟର କହିଛନ୍ତି ଯେ, ମୋର ପିତାଙ୍କ ନାମ ମଧ୍ୟ ତୀରଥ ସିଂହ ରାୱତ, କିନ୍ତୁ ମୋର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.