ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା ବର୍ତ୍ତମାନ ବୟଫ୍ରେଣ୍ଡ ତଥା ଅଭିନେତା ଅର୍ଜୁନ କପୁରଙ୍କ ସହ ଧର୍ମଶାଳାରେ ଛୁଟି କାଟୁଛନ୍ତି । ଅର୍ଜୁନ ନିଜର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ ସୁଟିଂ ପାଇଁ ସେଠାକୁ ଯାଉଛନ୍ତି । ଇତିମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଲାଇକାଙ୍କ ନୂଆ ପୋଷ୍ଟ । ଯେଉଁଥିରେ ସେ ପରିବାର ସଦସ୍ୟ, କିଛି ବନ୍ଧୁ ଓ ଅର୍ଜୁନଙ୍କ ସହ ବିତାଇଥିବା ସମୟ ଦେଖିବାକୁ ମିଳୁଛି । ଏବର୍ଷ ଉପଭୋଗ କରିଥିବା ମୁହୂର୍ତ୍ତକୁ ସେ ଏକ ଭିଡିଓରେ ସାମିଲ କରିଛନ୍ତି । ଯାହା ଫ୍ୟାନ୍ସଙ୍କ ମନ କିଣିଛି ।
- " class="align-text-top noRightClick twitterSection" data="
">
ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଭାବୁଛି 2020 ସେହି ବର୍ଷ । ଯେଉଁ ବର୍ଷରେ ମୁଁ ଚାହୁଁଥିବା ଜିନିଷ ପାଇଛି । ବର୍ତ୍ତମାନ ମୁଁ ଜାଣେ 2020 ବର୍ଷ ମୋ ପାଖରେ ଥିବା ସମସ୍ତ ଜିନିଷକୁ ପ୍ରଶଂସା କରୁଛି । ସମଗ୍ର ବିଶ୍ବରେ ତୁମମାନଙ୍କ ପ୍ରେମ ଏବଂ କୃତଜ୍ଞତା ପାଇଥିବାରୁ ଧନ୍ୟବାଦ ।’
ଭିଡିଓରେ ଅର୍ଜୁନଙ୍କ ସହ ମଲାଇକାଙ୍କ ଡେଟ୍ ନାଇଟ ଫଟୋ ଦେଖିବାକୁ ମିଳୁଥିବା ବେଳେ ସେ ବେଷ୍ଟଫ୍ରେଣ୍ଡଙ୍କ ସହ ମଜାମସ୍ତି କରୁଥିବା ମୁହୂର୍ତ୍ତକୁ ମଧ୍ୟ ସାମିଲ କରିଛନ୍ତି । ଖାଲି ଏତିକି ନୁହେଁ ନିଜ ପୁତୁରା ଓ ପୁଅଙ୍କ ସହ ନିଜର ଥ୍ରୋବ୍ୟାକ ଫଟୋ ଏଥିରେ ରଖିଛନ୍ତି ।