ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ପୂରଣ ହେବାକୁ ଯାଉଛି । ହେଲେ ଏଯାବତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । କିଛି ଦିନ ହେବ ବିହାର ପୋଲିସ ମୁମ୍ବାଇ ପୋଲିସ ସହ ମିଶି ତଦନ୍ତ ଆରମ୍ଭ କରିଥିଲା । ହେଲେ ଏବେ ସୁଶାନ୍ତଙ୍କ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଇତିମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ସେହି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ ଅଭିନେତା ସୁରଜ ପଞ୍ଚୋଲୀ ଓ ଦିଶା ସାଲିଆନ ନଜର ଆସୁଛନ୍ତି । ଯାହାକୁ ଆଧାର କରି କୁହାଯାଉଛି ଯେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ଓ ସୁରଜ ପରସ୍ପରର ଭଲ ବନ୍ଧୁ ଥିଲେ । ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣଙ୍କ ଆତ୍ମହତ୍ୟା ପଛରେ ସୁରଜଙ୍କ ହାତ ଅଛି ।
ସେପଟେ ସୁରଜ ବର୍ତ୍ତମାନ ଏହି ଫଟୋର ପ୍ରକୃତ କଥା କହି ଚର୍ଚ୍ଚାରେ । ସେ ଏକ ଲମ୍ବା ନୋଟରେ ଲେଖିଛନ୍ତି, ‘ମିଡିଆ ସବୁବେଳେ ଫାଲତୁ କଥା ଲେଖୁଛି। ଲଜ୍ୟା ଲାଗିବା କଥା ଏହି ଫଟୋ 2016ର । ଫଟୋରେ ନଜର ଆସୁଥିବା ଝିଅ ଦିଶା ନୁହେଁ ବରଂ ତାଙ୍କ ବନ୍ଧୁ ଅନୁଶ୍ରୀ ଗୌର । ଯିଏକି ଏବେ ଭାରତରେ ରହୁନାହାଁନ୍ତି । ମୁଁ ଆଉ ଦିଶା କେବେ ମଧ୍ୟ ଭେଟ ହେଇନାହୁଁ । ଜବରଦସ୍ତି ମୋ ନାମ ସୁଶାନ୍ତଙ୍କ କେସରେ ଭର୍ତ୍ତି କରାଯାଉଛି । ଦୟା କରି ଏମିତି କରନ୍ତୁ ନାହିଁ । ଲୋକଙ୍କ ବ୍ରେନୱାଶ କରନ୍ତୁ ନାହିଁ । ବହୁତ ହୋଇଗଲା ଏବେ ମତେ ହଇରାଣ କରିବା ବନ୍ଦ କର ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସୁଶାନ୍ତଙ୍କ ଆତ୍ମହତ୍ୟାର ଠିକ୍ 6 ଦିନ ପୂର୍ବରୁ ମୁମ୍ବାଇ ସ୍ଥିତ ମଲାଡର ଏକ ବିଲ୍ଡିଂରୁ ଡେଉଁ ଆତ୍ମହତ୍ୟା କରିଥିଲେ ଦିଶା। ସେ ଜୁନ 8ରେ ଆତ୍ମହତ୍ୟା କରିଥିବା ବେଳେ ସୁଶାନ୍ତ ଜୁନ 14ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଦୁଇଜଣଙ୍କ ଆତ୍ମହତ୍ୟାରେ କନେକ୍ସନ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ ସୁରଜଙ୍କ ନାମ ସାମ୍ନାକୁ ବାରମ୍ବାର ଆସୁଛି ।