ETV Bharat / sitara

ବାଇକ୍ ବିକି ସାଇବରବାଦ ପୋଲିସକୁ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ହର୍ଷବର୍ଦ୍ଧନ

ହର୍ଷବର୍ଦ୍ଧନଙ୍କ ମହାନତା । ବାଇକ ବିକି ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୁଛନ୍ତି ସାହାଯ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 13, 2021, 10:44 AM IST

ହାଇଦ୍ରାବାଦ: ଦେଶବାସୀଙ୍କ ସେବା ପାଇଁ ନିକଟରେ ନିଜର ମହଙ୍ଗା ବାଇକ ବିକ୍ରି କରିଥିବା ଅଭନେତା ହର୍ଷବର୍ଦ୍ଧନ ରାଣେ ଏବେ ସାଇବରାବାଦ ପୋଲିସକୁ ସହଯୋଗର ହାତ ବଢାଇଛନ୍ତି । ସେ ଏକ ଅକ୍ସିଜେନ କନସେନଟ୍ରେଟର ସାଇବରବାଦ ପୋଲିସକୁ ଦାନ କରିଛନ୍ତି ।

ହର୍ଷବର୍ଦ୍ଧନଙ୍କ ତରଫରୁ ସର୍ଟଫ ଫାଉଣ୍ଡେସନର ସ୍ବେଚ୍ଛାସେବୀ ଅଭିଲାଶ ଏଲାପ୍ରୋଲୁ ଅମ୍ଳଜାନ କନସେନଟ୍ରେଟରକୁ ସାଇବରାବାଦ ପୋଲିସ କମିଶନର ଭି.ସିଙ୍କୁ ବୁଧବାର ଦାନ କରିଥିଲେ । ପ୍ରକାଶ ଥାଉକି 37 ବର୍ଷିୟ ଅଭିନେତା ଦେଶବାସୀଙ୍କ ସେବା ପାଇଁ ନିଜର ରୟାଲ ଇନଫିଲ୍ଡ ବାଇକ ବିକ୍ରି କରି ତିନୋଟି ଅକ୍ସିଜେନ କନସେନଟ୍ରେଟର କିଣିଥିଲେ । ଯାହାଦ୍ବାରା ସେ ଚାହୁଁଥିଲେ ଏହି ମହାମାରୀରେ ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସେ ଗୋଟିଏ ଦାନ କରିବେ।

ସେପଟେ ସଜାନାର ଏବଂ ସୋସାଇଟି ଫର ସାଇବରବାଦ ସୁରକ୍ଷା ପରିଷଦ (SCSC) ଅଭିନେତାଙ୍କ ଉଦାରତାକୁ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.