ମୁମ୍ବାଇ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଗୋବିନ୍ଦା । ସେ ବର୍ତ୍ତମାନ ନିଜ ଭଣଜା ତଥା ଅଭନେତା କ୍ରିଷ୍ଣା ଅଭିଷେକଙ୍କ ବିବାଦୀୟ ମନ୍ତବ୍ୟ ଉପରେ ବୟାନ ଦେଇଛନ୍ତି । ଯେଉଁଥିରେ କ୍ରିଷ୍ଣା ତାଙ୍କ ଉପରେ ଅନେକଥର କମେଡି କରିସାରିଛନ୍ତି । ଗୋବିନ୍ଦା ଶେଷରେ ଏହି ପ୍ରସଙ୍ଗରେ ନିଜର ନିରବତାକୁ ଭାଙ୍ଗି ମନ କଥା ବଖାଣିଛନ୍ତି।
ସେହିପରି ସେ କହିଛନ୍ତି, ‘ସର୍ବସାଧାରଣରେ ଏହି ବିଷୟରେ ଆଲୋଚନା କରୁଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ, କିନ୍ତୁ ସତ୍ୟ ସାମ୍ନାକୁ ଆସିବା ଦରକାର । ମୁଁ ମୋ ଭଣଜା ଅଭିଷେକଙ୍କ ଟିଭି ଶୋରେ ଅଭିନୟ ନକରିବା ବିଷୟରେ ରିପୋର୍ଟ ପଢିଥିଲି ଯେହେତୁ ମୋତେ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେ ଆମ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ । ତାଙ୍କ ବକ୍ତବ୍ୟରେ ଅନେକ ବଦନାମ ମନ୍ତବ୍ୟ ସହ ଚିନ୍ତାହୀନ କଥା ଥିଲା ।’ ଖାଲି ଏତିକି ନୁହେଁ ଏକଦା ଶୋରେ କ୍ରିଷ୍ଣା କହିଥିଲେ ଗୋବିନ୍ଦା ତାଙ୍କ ନବଜାତ ଶିଶୁଙ୍କୁ ଦେଖା କରିବାକୁ ମଧ୍ୟ ଯାଇନଥିଲେ ।
ଏହି ମାମଲାରେ ପ୍ରତିକ୍ରିୟା ରଖି ଗୋବିନ୍ଦା କହିଛନ୍ତି, ‘ମୁଁ ମୋ ପରିବାର ସହିତ ତାଙ୍କ ପିଲାଙ୍କୁ ଦେଖିବାକୁ ଯାଇଥିଲି । ସେମାନଙ୍କର ଡାକ୍ତର ଓ ନର୍ସ ଦେଖାରଖା କରୁଥିଲେ । ତେବେ ନର୍ସ ମୋତେ କହିଥିଲେ ଯେ କଶ୍ମୀରା ଚାହୁଁନାହାଁନ୍ତି ସେମାନଙ୍କୁ ପରିବାରର କୌଣସି ବି ସଦସ୍ୟ ଦେଖା କରନ୍ତୁ । ଶିଶୁଙ୍କୁ ଦୂରରୁ ଦେଖିବା ପାଇଁ ଅନୁମତି ଦିଆଗଲା ଏବଂ ଆମେ ଦୁଃଖରେ ଘରକୁ ଫେରିଲୁ । ତଥାପି, ମୁଁ ଅନୁଭବ କରୁଛି ଯେ ଏହି ଘଟଣା ବିଷୟରେ କ୍ରିଷ୍ଣା ହୁଏତଃ ଜାଣିନଥିବେ । ଏଥିପାଇଁ ସେ ଶୋରେ ଏମିତି କହିଥିଲେ । ହେଲେ ଲୋକେ ଏହି ସାମାନ୍ୟ କଥାକୁ ବଡ ପ୍ରସଙ୍ଗ କରିଦେଲେ । ପିଲାଦିନରୁ କ୍ରିଷ୍ଣାଙ୍କ ସହ ମୋର ସମ୍ପର୍କ ଦୃଢ ରହିଆସୁଛି । ମୋ ପରିବାର ଏବଂ ଇଣ୍ଡଷ୍ଟ୍ରିର ଲୋକେ ଏହାର ସାକ୍ଷୀ । ହେଲେ ଲୋକେ ସର୍ବଦା ସବୁବେଳେ ପରିବାର ମଧ୍ୟରେ ଝଗଡା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ।’